ଆୱାଜ ମିଡ଼ିଆ (କଟକ ବ୍ୟୁରୋ ) – ସଞ୍ଜୟ ଚକ୍ରବର୍ତ୍ତୀ : କଟକ ସଦର ଅଂଚଳର ଗୋପାଳପୁର ସୁଭଦ୍ରାପୁରରେ ଏକ ବୃଦ୍ଧା ମାଉସୀ ଦୀର୍ଘ ୧୦ ବର୍ଷ ହେବ ଏକ ପରିତ୍ୟକ୍ତ ଘରେ ମାଟି କାଦୁଅ ରେ ରହୁଥିଲେ ଯାହା ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଖିକୁ ଦେଖା ନ ଯିବାରୁ ସେ ସେହିଠାରେ ପଡି ରହୁଥିଲେ। ଆଖ ପାଖ ଲୋକ ଯାହା ଯେତେବେଳେ ଦିଅନ୍ତି ତାହା ଖାଇ ବଞ୍ଚିଛନ୍ତି।ଏହି ବୃଦ୍ଧା ସ୍ଥାନୀୟ ଅଂଚଳରେ ମାତା ମା ନାମରେ ସେ ପରିଚିତ।ଉକ୍ତ ଗ୍ରାମର ଏକ ବ୍ୟକ୍ତି ଏହା ଜଣାଇବାରୁ ସ୍ୱପ୍ନ ଫାଉଣ୍ଡେସନର ଏକ ଟିମ ସେଠାରେ ପହଞ୍ଚିଥିଲେ। ମାଉସୀ କୌଣସି ବୃଦ୍ଧା ଆଶ୍ରମ ଯିବାକୁ ରାଜି ନ ଥିବାରୁ ଆଜି ତାଙ୍କର ସେହି ଘର କୁ ପରିଷ୍କାର କରିବା ସହ ମାଉସୀଙ୍କୁ ମଧ୍ୟ ପରିଷ୍କାର କରାଯାଇଥିଲା। ଘର ଏବଂ ଘରର ଆଖପାଖ ଅଞ୍ଚଳକୁ ସଫା କରାଯିବା ସହ ସମସ୍ତ ଆସବାବପତ୍ର ଯୋଗାଇଦିଆ ଯାଇଛି। ଆଗକୁ ମାଉସୀଙ୍କ ଚଳିବା ଲାଗି ଚେଷ୍ଟା କରାଯାଉଛି। ଅସହାୟ ଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଏକ ଛୋଟ ପ୍ରୟାସ କରିଛି ସ୍ବପ୍ନ ଫାଉଣ୍ଡେସନ
ଅସହାୟ ବୃଦ୍ଧାଙ୍କୁ ସହାୟତାର ହାତ ବଢ଼ାଇଲା ସ୍ଵପ୍ନ ଫାଉଣ୍ଡେସନ

