Site icon Awaj Media

ଶୁଣିଲାନି ପ୍ରଶାସନ : ରାସ୍ତା ମରାମତି କଲେ ଯୁବଗୋଷ୍ଠୀ

Spread the love

ଆୱାଜ ମିଡ଼ିଆ (ଯାଜପୁର ବ୍ୟୁରୋ) : ଜିଜ୍ଞାସୁ ସାହୁ – ବିପଦ ସଂକୁଳ ଅବସ୍ଥାରେ କଳିଙ୍ଗ ନଗର-ଯାଜପୁର ମୁଖ୍ୟ ରାସ୍ତା. ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେବାରୁ ସ୍ଥାନୀୟ ବାରଗାଡ଼ିଆ ପଂଚାୟତର ଯୁବକ ମାନେ ମିଶି ରାସ୍ତାକୁ ମରାମତି କରିଛନ୍ତି .ଏହି ରାସ୍ତାର ମରାମତି ଦିଗରେ ପ୍ରଶାସନ ଅବହେଳା କରିଥିଲେ ସୁଦ୍ଧା ସ୍ଥାନୀୟ ଯୁବକ ମାନଙ୍କର ଏଭଳି ପ୍ରୟାସକୁ ସ୍ୱାଗତ କରିଛନ୍ତି ଅଞ୍ଚଳବାସୀ. ଦୀର୍ଘଦିନ ଧରି ମୁଖ୍ୟ ରାସ୍ତାରେ ଖାଲଖମା ସୃଷ୍ଟି ହୋଇ ଗାଡିମଟର ଚଳାଚଳରେ ବହୁ ଅସୁବିଧା ହେଉଥିଲା . ଏହି ରାସ୍ତା ଦେଇ ଦୈନିକ ଶହ ଶହ ଭାରୀଯାନ ଚଳାଚଳ କରୁଥିବା ବେଳେ ବିଭାଗ ତରଫରୁ ଏସ ମରାମତି ଦିଗରେ ଧ୍ୟାନ ଦିଆ ନଯିବାରୁ ସ୍ଥାନୀୟ ଯୁବକମାନେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି

Exit mobile version