Site icon Awaj Media

ଉମରକୋଟ ପୁଲିସ କବଜାରେ ନକଲି ଡ୍ରଗ ଅଫିସର !!!!

Spread the love

ଆୱାଜ ମିଡ଼ିଆ ( ନବରଙ୍ଗପୁର ବ୍ୟୁରୋ ) – ସୁଶାନ୍ତ କୁମାର ଗୌଡ଼ : ନିଜକୁ ସରକାରୀ ଅଧିକାରୀ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଠକିଥିବା ଚୋରକୁ ଧରିବାରେ କିଛି ମାସ ହେବ ଉମରକୋଟ ପୋଲିସର ପ୍ରୟାସ ଜାରି ରହିଥିଲା ଶେଷ ରେ ଚୋରକୁ ଧରିବାରେ ସଫଳ ହେଈଛି ପୋଲିସ। ସୂଚନା ଅନୁଯାୟୀ 2019 ନଭେମ୍ବର 15 ତାରିଖ ରେ ନବରଙ୍ଗପୁର ଜିଲ୍ଲା  ଉମରକୋଟ କୋଣ୍ଡାଗାଁ ରୋଡ ସ୍ତିତ ଡ଼କ୍ଟର ପଞ୍ଚାନନ ମିଶ୍ରଙ୍କ ହୋମିଓପାଥୀ କ୍ଲିନିକ ଏକ ଗାଡ଼ି ଆସି ଥିଲା ଓ ଗାଡିରୁ ଜଣେ ଯୁବକ କ୍ଲିନିକ ଭିତରକୁ ଯାଇ ନିଜକୁ ଡ୍ରଗ ଇନିସ୍ପକ୍ଟର ଓ ନା ନିଖିଳ ସେଠି ପରିଚୟ ଦେଇ ବିଭିନ୍ନ ପ୍ରକାରର ଧମକ ଦେଇ ୧ଲକ୍ଷ ଟଙ୍କା ମାଗିଥିଲେ ଡ଼କ୍ଟର ଭୟଭିତ ହୋଇ ଟଙ୍କା ମଧ୍ୟ ଦେଇଥିଲେ ପରେ ଡ଼କ୍ଟର ସନ୍ଧେହ କରି ନିଜ ଘର ଭିତରେ ଯାଇ ଫୋନ ମାଧ୍ୟମରେ ସେ ତାଙ୍କ କିଛି ପରିଚିତ ବ୍ୟକ୍ତି ଙ୍କୁ ପଚାରିବାରୁ ଜାଣିବାକୁ ପାଇଲେ ସେ ଜଣେ ନକଲି ଡ୍ରଗ ଅଫିସର ଏଭଳି ଡ୍ରଗ ଅଫିସର ନଥିବା ଜାଣି ବାହାରକୁ ଆସି ଦେଖିବା ବେଳକୁ ଯୁବକ ଟଙ୍କା ନେଇ ଚମ୍ପଟ ମାରି ଥିଲେ | ଘଟଣା ପରେ ଡ଼କ୍ଟର ଜଣକ ଉମରକୋଟ ଥାନା ରେ ଏତଲା ଦେଇଥିଲେ | ଏହାର କିଛି ଦିନପରେ ଖୋର୍ଦ୍ଧା ଜିଲ୍ଲା ବାଳକାଟି ଗାଁ ରେ ନିଜକୁ ନାବାର୍ଡ ବ୍ୟାଙ୍କ ଅଧିକାରୀ ପରିଚୟ ଦେଇ ଟଙ୍କା ଠକି ଥିଲେ ପରେ ସେଠାରେ ସେହି ବ୍ୟକ୍ତି ଙ୍କୁ ପୋଲିସ ଧରି ନେଇ ଥିଲା।ଓ ସେଠାରୁ ଆଣି ଉମରକୋଟ କୋର୍ଟ ରେ ଆଜି ହାଜିର୍ କରି ଥିଲେ ଉମରକୋଟ ପୋଲିସ ସେହି ବ୍ୟକ୍ତି ଙ୍କୁ ରିମାଣ୍ଡ ରେ ନେଇ ଅଧିକ ତଥ୍ୟ ବାହାର କରିବା କୁ ଚେଷ୍ଟା କରୁଛନ୍ତି।

Exit mobile version