Site icon Awaj Media

ସହିଦ ସ୍ମୃତି ଦିବସ ପାଳନ ।

Spread the love

ଆୱାଜ ମିଡ଼ିଆ ( ନବରଙ୍ଗପୁର ବ୍ୟୁରୋ ) – ସୁଶାନ୍ତ କୁମାର ଗୌଡ଼ : ରକ୍ତତୀର୍ଥ ଭାବରେ ପରିଚିତ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ । ପାପଡାହାଣ୍ଡିରେ ପାଳିତ ହୋଇଛି ଶହୀଦ ସ୍ମୃତି ଦିବସ । ଶହୀଦ ସ୍ମୃତି ଦିବସ ପାଳନ ଅବସରରେ ପ୍ରଥମେ ଶହୀଦ ମଶାଲ ପାପଡାହାଣ୍ଡି ଠାରେ ପହଞ୍ଚିଥିଲା । ଏହାପରେ ଶହୀଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜିତ କରାଯାଇଥିଲା । ଏହାସହ ଶହୀଦଙ୍କ ଉଦ୍ଦେଶ୍ୟରେ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ।ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ,ସାଂସଦ ରମେଶ ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରା ,ସମନାଥ ବିଷୋଇ, ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ରଙ୍କ ସମେତ ଏସପି ନିତିନ କୁଶଲକର ଯୋଗ ଦେଇଥିଲେ । ଶହୀଦ ସ୍ମୃତି ଦିବସ ପାଳନ ଅବସରରେ ଶହୀଦ ମଶାଲକୁ ଶହୀଦପୀଠକୁ ଅଣାଯାଇ ସ୍ଥାପନ କରାଯାଇଥିଲା ।ଆଜି ଦିନରେ ୧୯ଜଣ ଶହୀଦ ହେଇଥିଲେ ଏହି ଶହୀଦ ମାନେ ସମସ୍ତ ଅଭିବ୍ୟକ୍ତି କୋରାପୁଟ ଜିଲ୍ଲାର ଆଜି ମନେ ପକାଇ ପାଇଁ ଅଗଷ୍ଟ ୨୪ ତାରଖ କୁ ଶହୀଦ ଦିବସ ରୂପେ ପାଳନ କରାଯାଉଛି । ଏହା ସହ ଟୁରି ନଦୀକୂଳରେ ଥିବା ଶହୀଦ ସ୍ତମ୍ଭ ନିକଟରେ ଅତିଥିମାନେ ତିଳତର୍ପଣ କରିଥିଲେ ।ଆଜିର ଦିନରେ ଟୁରି ନଦୀରେ ରକ୍ତର ନାଳ ବୋହିଥିଲା । କରୋନା ନିୟମ ଅନୁଯାୟୀ ସମସ୍ତ ସାମାଜିକ ଦୂରତା ସୁରକ୍ଷା କରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ।

Exit mobile version