Site icon Awaj Media

ପାଣିରେ ବୁଡି ରହିଛି ହଜାର ହଜାର ଏକର ଚାଷ ଜମି !!!!

Spread the love

କେନ୍ଦ୍ରାପଡା (ପ୍ରଫୁଲ୍ଲ ମଲ୍ଲ) // ଆୱାଜ ମିଡ଼ିଆ : ଚାଷୀଙ୍କ ଆଶା ଭରଷା ବୁଡା଼ଇଛି ଲଘୁଚାପ ଜନିତ ଲଗାଣ ବର୍ଷା . କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଣିରେ ବୁଡି ରହିଛି ହଜାର ହଜାର ଏକର ଚାଷ ଜମି . ଜିଲ୍ଲା ଅନ୍ତର୍ଗତ ଗରଦପୁର ବ୍ଲକ ଭଗବାନପୁର ପଞ୍ଚାୟତର ଚାଷୀ ହୋଇପଡିଛନ୍ତି ଅସହାୟ .ଚାଷ ଜମିରେ ଲହଡି ଭାଙ୍ଗୁଛି 5 ଫୁଟର ପାଣି . ତଳିଆ ଅଞ୍ଚଳରେ ବନ୍ଧ ତିଆରି ହେବା ପରେ ଜଳ ନିଷ୍କାସନ ହୋଇ ନପାରି ଏପରି ଅବସ୍ଥା ହୋଇଥିବା କଥା ପ୍ରକାଶ କରିଛନ୍ତି ଚାଷୀ . ପାଣିରେ ବୁଡି ରହି ଗଛର ମୂଳ ପୋଚରିବାକୁ ଆରମ୍ଭ କଲାଣି . ଏପରି ସ୍ଥିତିରେ ଧାରା କରଜ ଆଣି ଋଣ କରି ଚାଷ କରିଥିବା ଚାଷୀଙ୍କର ବଢିଯାଇଛି ଚିନ୍ତା 

Exit mobile version