Site icon Awaj Media

ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଦାୟିତ୍ୱ ଗ୍ରହଣ କଲେ କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ

Spread the love

ଗଜପତି (ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗର ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭାବେ ପ୍ରଭାକର ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଥିବାର ବିଭାଗୀୟ କର୍ମଚାରୀ ଗଣମାଧ୍ୟମକୁ ଜଣାଇଛନ୍ତି। ଏଥି ସହିତ ସଂସ୍କୃତି ବିଭାଗର ସଂସ୍କୃତି ଅଧିକାରୀ ଦାୟିତ୍ୱ ଗ୍ରହଣ କରିଥିବାର ମଧ୍ୟ କହିଛନ୍ତି। ପ୍ରକାଶ ଥାଉକି ସୂଚନା ଲୋକ ସଂପର୍କ ବିଭାଗର ଅଧିକାରୀ ରବିଚନ୍ଦ୍ର ନାୟକଙ୍କ ମୃତ୍ୟୁ ପରେ ଏହି ପଦବୀଟି ଖାଲି ପଡିଥିଲା ତା ସାଙ୍ଗକୁ ସଂସ୍କୃତି ବିଭାଗର ସଂସ୍କୃତି ଅଧିକାରୀ ପଦବୀ ଖାଲି ପଡିଥିଲା। ତେଣୁ ଜିଲ୍ଲା ପ୍ରଶାସନ ତରଫରୁ କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ଙ୍କୁ ଦାୟିତ୍ୱ ଦିଆ ଯାଇଛି।

Exit mobile version