Site icon Awaj Media

ଅସହାୟଙ୍କୁ ସାହାଯ୍ୟର ହାତ ବଢାଇଲା ସ୍ୱପ୍ନ ଫାଉଣ୍ଡେସନ ।

Spread the love

କଟକ ( ଆୱାଜ ମିଡ଼ିଆ ) – ସଞ୍ଜୟ ଚକ୍ରବର୍ତ୍ତୀ : ଜଗତସିଂହପୁର ଅଞ୍ଚଳର ଜଣେ ଅସହାୟ ବୃଦ୍ଧାଙ୍କ କରୁଣ ଅବସ୍ଥା ସମ୍ପର୍କରେ ଅବଗତ ହୋଇ କଟକର ଅଗ୍ରଣୀ ସାମାଜିକ ସଂଗଠନ ସ୍ବପ୍ନ ଫାଉଣ୍ଡେସନର ଏକ ଟିମ ଜଗତସିଂହପୁର ପହଞ୍ଚିଥିଲେ। ଭିକ୍ଷା ବୃତ୍ତି କରି ନିଜ ପେଟ ପୋଷୁଥିବା ଉକ୍ତ ବୃଦ୍ଧ ଜଣକ କିଛିଦିନ ହେବ ଚାଲି ପାରୁନଥିବାରୁ ବଡ କଦର୍ଯ୍ୟ ଅବସ୍ଥାରେ ରହିଥିଲେ . ରହିବା ପାଇଁ ନା ଅଛି ଘର, ନା ଖାଇବା ପାଇଁ ଖାଦ୍ୟ . ସ୍ୱପ ଫାଉଣ୍ଡେସନର ସଦସ୍ୟ ମାନେ ପଞ୍ଚଛି ତାଙ୍କୁ ରାସ୍ତା କଡରୁ ଉଦ୍ଧାର କରିଥିଲେ। ଏହାପରେ ତାଙ୍କୁ ଶୌଚ କରାଇବା ପରେ ତାଙ୍କୁ ନୂତନ ବସ୍ତ୍ର ପିନ୍ଧାଇ ଏକ ଅଟୋ ଯୋଗେ ଜଗତସିଂହପୁରରୁ କଟକ ଛତିଆ ଠରେ ଥିବା ବୃଦ୍ଧା ଆଶ୍ରମରେ ଥଇଥାନ କରିବା ସହ ଆଶ୍ରମ କର୍ତ୍ତୃପକ୍ଷଙ୍କ ଦାୟିତ୍ୱରେ ଛାଡିଥିବାର ସୂଚନା ମିଳିଅଛି . ଫାଉଣ୍ଡେସନ ସଦସ୍ୟମାନଙ୍କର ଏପରି କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଂଶସା କରିଛନ୍ତି . ଅସହାୟ ମାନଙ୍କ ମୁହଁରେ ହସ ଫୁଟାଇବା ଏକ ଛୋଟ ପ୍ରୟାସ ଜାରି ରଖିଛନ୍ତି ସ୍ୱପ୍ନ ଫାଉଣ୍ଡେସନର ସଦସ୍ୟ ।

Exit mobile version