Site icon Awaj Media

କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

Spread the love

କଟକ (ଆୱାଜ ମିଡ଼ିଆ ) – ସଞ୍ଜୟ ଚକ୍ରବର୍ତ୍ତୀ : ଜଳଯୋଗାଣ କର୍ମଚାରୀଙ୍କ ସମସ୍ୟା ପ୍ରତି ସରକାରଙ୍କ ଉଦାସୀନତା ପାଇଁ ଦଶହରା ଛୁଟିରେ କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତ୍ତି ନେଇଛି ଓଡିଶା ପାଇପ୍ ଜଳ କର୍ମଚାରୀ ସଂଘ। କଟକରେ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ କହିଛି ଯେ ରାଜ୍ୟର ସମସ୍ତ ପାଇପ୍ କର୍ମଚାରୀମାନେ ବାତ୍ୟା ଫନି,ଅମ୍ଫନ୍ ଏବଂ କୋଭିଡ୍ ସମୟରେ ଜନସାଧାରଣଙ୍କ ପାଇଁ ଉତ୍ସଗୀକୃତ ଭାବରେ କାର୍ଯ୍ୟ କରୁଥିବାବେଳେ ଗୃହ ଓ ନଗର ଉନ୍ନୟନ ବିଭାଗ କର୍ମଚାରୀଙ୍କ ସମସ୍ୟାକୁ ଅଣଦେଖା କରୁଛନ୍ତି। ୱ।ର୍କଚାର୍ଜ୍ କର୍ମଚାରୀଙ୍କୁ ରେଗୁଲାର୍ କରିବା,ବର୍ଷ ବର୍ଷ ଧରି ସ୍ଥାୟୀ କର୍ମଚାରୀଙ୍କୁ ମାନ୍ୟତା ଦେବା, ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସର୍ବନିମ୍ନ ମଜୁରୀ ଦାବି କରିଛି ସଂଘ। ଦାବି ସମ୍ପର୍କରେ ବିଭାଗୀୟ ସଚିବ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିଥିଲେ ମଧ୍ୟ ସରକାର ଉଦାସୀନ ରହୁଛନ୍ତି। ତେଣୁ ଏହାର ସମାଧାନ କରା ନ ଗଲେ ଆଗାମୀ ଦଶହରା ୨୩ ରୁ ୨୬ ପର୍ଯ୍ୟନ୍ତ ସରକାରୀ ଛୁଟିରେ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ କରିବା ପାଇଁ ରୋକଠୋକ୍ ଭାବେ ନିଷ୍ପତ୍ତି ନେଇଛି ଓଡିଶା ପାଇପ୍ ଜଳ କର୍ମଚାରୀ ସଂଘ ।

Exit mobile version