Site icon Awaj Media

କରୋନା ସମୟରେ ଚିତ୍ରକାରଙ୍କୁ ରୋଜଗାରକ୍ଷମ କରାଇଛି ଚିତ୍ରକଳା

Spread the love

ଗଜପତି (ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କରୋନା ସଂକ୍ରମଣ ଓ ତାଲାବନ୍ଦ ପରି କଠିନ ସମୟରେ ରାଜ୍ୟ ସରକାର ସାଧାରଣ ଲୋକଙ୍କ ଜୀବନ ଜୀବିକା ଉପରେ ଗୁରୁତ୍ୱ ଦେଇଛନ୍ତି। ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ବିଭାଗ ପକ୍ଷରୁ ପାରଳା ପୌରପରିଷଦରେ ଅର୍ବନ ୱେଜେସ ଏମପ୍ଲଇ ସ୍କିମ ଜରିଆରେ ସହର ସୌନ୍ଦର୍ଯ୍ୟକରଣ ପାଇଁ ଆରମ୍ଭ ହୋଇଛି କାନ୍ଥରେ ଚିତ୍ରକଳା . ସହରର ବିଭିନ୍ନ ସ୍ଥାନରେ କାନ୍ଥରେ ଗଜପତି ଜିଲ୍ଲାର ଐତିହ୍ୟ କଳା ସଂସ୍କୃତି ଓ ମହାପୁରୁଷଙ୍କ ଚିତ୍ର ଅଙ୍କନ କରାଯାଉଛି। ଏହା ଦ୍ଵାରା ସହର ସୌନ୍ଦର୍ଯ୍ୟକରଣ ହେବା ସହ ଚିତ୍ରକଳା ମାଧ୍ୟମରେ ଲୋକଙ୍କୁ ବାର୍ତ୍ତା ପହଞ୍ଚ।ଯାଇ ପାରୁଛି . କରୋନା ସମୟରେ ଚିତ୍ରକାର ହାତ ବାନ୍ଧି ବସିଥିବା ବେଳେ ଏହି ଯୋଜନା ଆରମ୍ଭ ହେବ ପରେ ଚିତ୍ରକାରମାନେ ସହର ସୌନ୍ଦର୍ଯ୍ୟକରଣ ମଧ୍ୟରେ ରୋଜଗାର ପାଇଁ ପାରିଛନ୍ତି . କରୋନା ସମୟରେ ରୋଜଗାର ପାଇ ଖୁସି ପ୍ରକଟ କରିଛନ୍ତି ଚିତ୍ରକାର ମାନେ . ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହରୀ ରୋଜଗାରକ୍ଷମ ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ଜରିଆରେ ଲୋକଙ୍କୁ କାମ ଯୋଗାଇ ଦିଆଯାଇ ପାରିଛି। ସେହି ଭଳି ପାରଳା ପୌର ପରିଷଦରେ 94 ଲକ୍ଷ ଟଙ୍କାରେ 41ଟି ପ୍ରକଳ୍ପ ସଂପୂର୍ଣ୍ଣ କରାଯିବାର ଲକ୍ଷ ରହି ଥିବାର ଜଣା ପଡିଛି।

Exit mobile version