Site icon Awaj Media

ବେଆଇନ ଚାଲାଣ ସମୟରେ ଗୋରୁ ଉଦ୍ଧାର

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ଜିଲ୍ଲା ଆଠଗଡ ଏବଂ ଚୌଦ୍ୱାର ଅଞ୍ଚଳରୁ ଗୋରୁ ଚାଲାଣ ହେଉଥିବା ସମୟରେ ରାଷ୍ଟ୍ର ବଜରଙ୍ଗ ସେନା , ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର କର୍ମୀମାନେ ଗାଡିକୁ ଅଟକାଇ ପୁଲିସ ଜିମା ଦେଇଛନ୍ତି .ସୂଚନା ଅନୁଯାୟୀ ଦିନ ପ୍ରାୟ ୨ଟା ସମୟରେ ଏକ ଅଶୋକ ଲିଲ୍ୟାଣ୍ଡ କମ୍ପାନୀର ଭ୍ୟାନରେ 10ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ଗୋଡ଼ ବାନ୍ଧି ଅତ୍ୟନ୍ତ ନିର୍ମମ ଭାବରେ ଗାଡ଼ିରେ ବୋଝେଇ କରି ଚାଲାଣ କରାଯାଉଥିଲା . ଅବୈଧ ଗୋ – ଚାଲାଣ ସମ୍ପର୍କରେ ଖବର ପାଇ ରାଷ୍ଟ୍ର ବଜରଙ୍ଗ ସେନା, ବିଶ୍ୱହିନ୍ଦୁ ପରିଷଦର ଏବଂ ବଜରଙ୍ଗ ଦଳର ମିଳିତ ସହଯୋଗରେ ଏହାର ବିରୋଧ କରି ଗାଡି ଜବତ କରି ଡ୍ରାଇଭରଙ୍କୁ ପୋଲିସ ଜିମାରେ ଦିଆଯାଇଛି . ଗାଡି ଡ୍ରାଇଭରର କହିବା ଅନୁଯାୟୀ, ଗାଡିଟି ଚୌଦ୍ୱାର ଓ ଆଠଗଡରୁ ଗାଈ ନେଇ ଚଣ୍ଡିଖୋଲ ଯାଉଥିବା ବେଳେ ସେଠାରୁ ରାଜ୍ୟ ବାହାରକୁ ଚାଲାଣ କରାଯାଇଥାନ୍ତା . ଗାଡି ଜବତ କରି ଡ୍ରାଇଭରକୁ ଅଟକ ରଖି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି .

Exit mobile version