Site icon Awaj Media

ଦିବଂଗତ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଦଶପଲ୍ଲା ବିଧାୟକ !!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଂଜୀବ କୁମାର ଡାକୁଆ : ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତର ବିଜେଡି ସଭାପତି ଉଦ୍ୟନାଥ ଦଳେଇଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି . ସୂଚନା ଯୋଗ୍ୟ ଯେ , ସ୍ୱର୍ଗତ ଦଳେଇ କିଡ଼ନୀ ଯନ୍ତ୍ରଣା ଜନିତ ରୋଗରେ ପୀଡିତ ହୋଇ କିଛିଦିନ ତଳେ ପରଲୋକ ଗମନ କରିଥିଲେ I ସ୍ଵର୍ଗତ ଉଦ୍ୟନାଥ ଦଳେଇ ଜଣେ ଆଗଧାଡିର କର୍ମୀ ଥିବା ସମୟରେ ପଂଚାୟତ ସଭାପତି ଭାବରେ ଦାୟିତ୍ୱ ତୁଲାଉଥିଲେ . ତାଙ୍କ ବାସ ଭବନରେ ଆୟୋଜିତ ଶୋକସଭାରେ ଯୋଗଦେଇ ବିଧାୟକ ରମେଶ ଚନ୍ଦ୍ର ବେହେରା ସ୍ୱର୍ଗତ ଦଳେଇଙ୍କ ଶୋକସନ୍ତପ୍ତ ପରିବାରକୁ ଆଶ୍ୱାସନା ଦେବା ସହ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି .

Exit mobile version