Site icon Awaj Media

ତାରାପ୍ରସାଦ ବାହିନୀପତିଙ୍କ ଦିନିକିଆ ଗଜପତି ଗସ୍ତ !!!!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାକୁ ଦିନିକିଆ ଗସ୍ତ କରିଛନ୍ତି ଜୟପୁର ବିଧାୟକ ତଥା କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି . ଗଜପତି ଜିଲ୍ଲାର କାଶୀନଗର ବ୍ଳକର ବୃହତ ଉଠା ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିବା ପରେ ପାରଳାଖେମୁଣି ଠାରେ ଥିବା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଦଳୀୟ କର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ . ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, 22 ବର୍ଷର ଶାସନ କାଳ ମଧ୍ୟରେ ରାଜ୍ୟ ସରକାର ଗଜପତି ଜିଲ୍ଲା ପାଇଁ କଣ ବିକାଶ କରିଛନ୍ତି . ଜିଲ୍ଲାରେ ଦାଦନ ଶ୍ରମିକମାନଙ୍କୁ କାମ ଧନ୍ଦା ନ ଯୋଗାଇପାରିବାରୁ ବାହାର ରାଜ୍ୟକୁ ପୁଣି ଫେରିଗଲେ। ବାହାର ରାଜ୍ୟର କମ୍ପାନୀର ମାଲିକ ମାନେ ବସ ପଠାଉଥିବାରୁ ଗଜପତି ଜିଲ୍ଲା ଦାଦନ ଶ୍ରମିକ ମାନେ ବାହାର ରାଜ୍ୟକୁ ପେଟପାଟଣା ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି। ଜିଲ୍ଲାରେ ଶିଳ୍ପର ବିକାଶ ନାହିଁ । ଜିଲ୍ଲାରେ ଶିଳ୍ପର ବିକାଶ ନଥିବାରୁ ଲୋକେ କାମ ପାଇ ପାରୁ ନାହାଁନ୍ତି। ଜିଲ୍ଲା ରେ ଶିକ୍ଷିତ ଯୁବକ ଯୁବତୀ ମାନେ କର୍ମ ନିଯୁକ୍ତି ପାଇ ପାରୁ ନାହାଁନ୍ତି ଯାହା ଫଳରେ ବେକାରୀ ସମସ୍ୟା ଉପୁଜୁଛି। ଜିଲ୍ଲାରେ ଚାଷୀ ଉପଯୁକ୍ତ ଦରରେ ସାର ପାଇ ପାରୁ ନାହାଁନ୍ତି। ସାରର କଳା ବଜାରୀ ହୋଇ ଚଢା ଦରରେ ବିକ୍ରି ହେଉଅଛି। ଶହ ଶହ ବର୍ଷ ଧରି ରହିଥିବା ଲୋକଙ୍କୁ ଜମିର ପଟ୍ଟା ମିଳୁ ନାହିଁ। କୋଭିଡ଼ି19 ପରିଚାଳନାରେ ମାସ୍କ ଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ପଞ୍ଚାୟତ ଠାରୁ ସେକ୍ରେଟାରୀଏଟ ପର୍ଯ୍ୟନ୍ତ ହରିଲୁଟ ଚାଲି ଥିବାର ଅଭିଯୋଗ କରିଛନ୍ତି . ରାଜ୍ୟରେ ଦୁର୍ନୀତି ଅନୀତି ଛଡା ସୁନୀତି ନାହିଁ। ଯୁବ ସମାଜ, ସାମ୍ବାଦିକ, ଚାଷୀ, ସ୍ବର ଉତ୍ତୋଳନ କରିଲେ ଜିଲ୍ଲାର ବିକାଶ ଓ ରାଜ୍ୟର ବିକାଶ ହୋଇ ପାରିବ। ଏକଛତ୍ରବାଦ ଶାସନ ରାଜ୍ୟରେ ଚାଲୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ପରିପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, କଂଗ୍ରେସ ନଗର ସଭାପତି ବସନ୍ତ ପଣ୍ଡା, ମନୋଜ ସାହୁ, ସଞ୍ଜୟ ଅଧିକାରୀ, ଜିଲ୍ଲା ପରିଷଦ ସଭ୍ୟ ଯାକୁବ ମାଝୀ ଓ ବହୁ କଂଗ୍ରେସ କର୍ମୀ ଓ ନେତା ଉପସ୍ଥିତ ରହିଥିଲେ।

Exit mobile version