Site icon Awaj Media

ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଗୁରୁ ଦିବସ ପାଳିତ !!!

Spread the love

ଗଜପତି (ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଗୁରୁ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି . ଏହି ଅବସରରେ ଭାରତର ମହାନ ଦାର୍ଶନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମତିଥିରେ ତାଙ୍କର ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ, ଡକ୍ଟର ରାଧାକ୍ରିଷ୍ଣନ ଏକାଧାରରେ ଜଣେ ଖ୍ୟାତନାମା ଦାର୍ଶନିକ, ଆଦର୍ଶ ଶିକ୍ଷକ, ଉତ୍କୃଷ୍ଟ ବକ୍ତା ଭାବେ ମଧ୍ୟ ନିଜର ସୁନାମ ଅର୍ଜନ କରିଥିଲେ ବୋଲି ପ୍ରକାଶ କରିଥିଲେ . ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସ୍ୱାତିକ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସଙ୍ଗେ ସଙ୍ଗେ ଡକ୍ଟର ସର୍ଵ ପଲ୍ଲି ରାଧାକ୍ରିଷ୍ଣାଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ . କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନରଞ୍ଜନ ଦଳେଇ, ଜିଲ୍ଲାର 7ଟି ବ୍ଳକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବରିଷ୍ଠ କିରାଣୀ ଲକ୍ଷଣ ପାଇକ, ସୁଲତା ଶୁଭଦର୍ଶନୀ, ସନ୍ଧ୍ୟାରାଣି ଦାସ, CH ବୈକୁଣ୍ଠ ମନ୍ମମଥ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version