Site icon Awaj Media

ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଗଜପତି ଜିଲ୍ଲାର ସାତ ଗୋଟି ବ୍ଳକରେ ଚାରାରୋପଣ କାର୍ଯ୍ୟକ୍ରମ କରାଯାଉଛି। ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପ୍ରତ୍ୟେକ ବ୍ଳକରେ ସ୍ୱଚ୍ଛ ଭାରତ ସବୁଜ ଭାରତ ଉପଲକ୍ଷେ ସଫେଇ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଗୁଡିକ ଅବଲମ୍ବନ କରାଯାଉଛି। ଏହି ଉପଲକ୍ଷେ ମୋହନା ବ୍ଳକର ଢେଙ୍କା ସିନ୍ଧୁବା ଗ୍ରାମରେ ମାଆ ବ୍ରହ୍ମାଦେବୀ ଯୁବକ ସଙ୍ଘର ସଦସ୍ୟମାନେ ମିଳିତ ହୋଇ ସଫେଇ ସହ ବୃକ୍ଷ ରୋପଣ କରିଥିଲେ . ଜିଲ୍ଲା ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ .

Exit mobile version