କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : କେନ୍ଦ୍ରାପଡା ଜିଲ୍ଳା ଡେରାବିଶ ବ୍ଲକର ଚାନ୍ଦୋଳ ବଜାର ଠାରେ ବିଜୟ ସେନା ପକ୍ଷରୁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ବିଜୟ ସେନାର ଡେରାବିଶ ବ୍ଲକ ସଭାପତି ସରୋଜକାନ୍ତ ନାୟକଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳର ଯୁବ ଗୋଷ୍ଠୀ ଅନୁଭବଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ବିଭିନ୍ନ ନାରା ବାଜି କରି ସାଂସଦଙ୍କ ଇସ୍ତଫା ଦାବି କରିଥିଲେ . ସାଂସଦ ତାଙ୍କ ପତ୍ନୀଙ୍କୁ ନିର୍ଯ୍ୟାତନା ଦେଉଥିବା ଘଟଣା ଅଦାଲତ ଜରୀଆରେ ଲୋକଲୋଚନକୁ ଆସିବା ପରେ କେନ୍ଦ୍ରାପଡା ଜିଲ୍ଲାର ରାଜନୀତି ସରଗରମ ହୋଇପଡ଼ିଛି। ବିଗତ ଦିନ ମାନଙ୍କରେ ସାଂସଦ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଖରାପ ବ୍ୟବହାର କରି ବିବାଦ ଭିତରେ ଛନ୍ଦି ହୋଇଥିଲେ। ଏବେ ନିଜ ସ୍ତ୍ରୀକୁ ସୁରକ୍ଷା ଦେଇ ପାରୁନଥିବା ସାଂସଦ କେମିତି ଆମ ସଂସଦୀୟ କ୍ଷେତ୍ରକୁ ସୁରକ୍ଷା ଦେବେ ବୋଲି ପ୍ରଶ୍ନ କରିବା ସହିତ ସାଂସଦ ଙ୍କ ଇସ୍ତଫା ଦାବି କରିଛନ୍ତି ସଭାପତି ସରୋଜକାନ୍ତ ନାୟକ। ଏହି କାର୍ଯ୍ୟକ୍ରମରେ ରତାଦିଆ ଖଣ୍ଡ ସାହି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶିଶିର ସାମଲ, ଦାନପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ସରୋଜ ପଣ୍ଡା, ଯୁବ ନେତା ଭାସ୍କର ସାହୁଙ୍କ ସହିତ ଭାରତୀୟ ଜନତା ପାର୍ଟି ର ୧୪ ନମ୍ବର ଜୋନ୍ ସଭାପତି ସୁରେନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
ବିଜୟ ସେନା ପକ୍ଷରୁ ସାଂସଦ ଅନୁଭବ ମହାନ୍ତିଙ୍କ କୁଶ ପୁତ୍ତଳିକା ଦାହ !!!

