Site icon Awaj Media

ମୋଟର କର୍ମଚାରୀ ସଂଘର ନୂତନ ସଭାପତି

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମୋଟର କର୍ମଚାରୀ ସଂଘର ନୂତନ ସଭାପତି ଭାବେ ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ ଚୟନ ହୋଇଛନ୍ତି।ପୂର୍ବତନ ସଭାପତି ପି.କ୍ରିଷ୍ଣାଙ୍କ ଦେହାନ୍ତ ପରେ ଏହି ପଦବୀଟି ଖାଲି ପଡିଥିଲା . କର୍ମକର୍ତ୍ତା ମନୋନୟନ କାର୍ଯ୍ୟକ୍ରମରେ ପାରଳା ବିଧାୟକ କେ.ନାରାୟଣ ରାଓ ଯୋଗ ଦେଇ ନୂତନ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ସଭାପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେହିପରି ପୂର୍ବତନ ସଭାପତି ପି.କ୍ରିଷ୍ଣାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ନୂତନ ଭାବେ ସଭାପତି ହେବା ପରେ ଶ୍ରୀ ପଟ୍ଟନାୟକ ସଙ୍ଘର ଉନ୍ନୟନ ପାଇଁ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରିବେ ବୋଲି କହିଥିଲେ . ସଂଘ କିପରି ଅଧିକ ସକ୍ରିୟ ହେବ ସେ ଦିଗକୁ ମଧ୍ୟ ଦୃଷ୍ଟି ଦିଆଯିବ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି।

Exit mobile version