Site icon Awaj Media

ଆୱାଜ ମିଡ଼ିଆ କଟକ ଜିଲ୍ଲା ପ୍ରତିନିଧି ସମ୍ବର୍ଦ୍ଧିତ

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକର ଅଗ୍ରଣୀ ସାମଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ଦ୍ୱାରା ଆୟୋଜିତ ହୋଇଯାଇଛି ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ . କଟକ ସହର ଉପକଣ୍ଠ ତେଲେଙ୍ଗାପେଣ୍ଠ ସ୍ଥିତ କେଦାରେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର କୃତୀ ଛାତ୍ରଛାତ୍ରୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା .ଅନୁଷ୍ଠାନର ସଭାପତି ଇଂ ପ୍ରକାଶ ଚନ୍ଦ୍ର ସେଠୀ, ମିଡ଼ିଆ ସେଲ ଅଧ୍ୟକ୍ଷ ସେବକ ଶ୍ରୀକାନ୍ତ ଏବଂ ଅନ୍ୟ ଅତିଥି ମାନଙ୍କ ଉପସ୍ଥିତିରେ କଟକ ସଦର ଅଂଚଳର 13 ଜଣ କୃତୀ ବିଦ୍ୟାର୍ଥୀ ଙ୍କୁ ମାନପତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା . ମହାମାରୀ କରୋନା ସମୟରେ ନିରନ୍ତର ଖବର ପ୍ରସାରଣ କରି ଜନସଚେତନତା ସୃଷ୍ଟି କରିଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି . ସୂଚନାଯୋଗ୍ୟ, ଉତ୍କଳ ବିକାଶ ପରିଷଦ ତରଫରୁ ବିଭିନ୍ନ ସଚେତନତା, ସହାୟତା କାର୍ଯ୍ୟ ଜାରି ରହିଥିବା ବେଳେ ବୃକ୍ଷ ରୋପଣ ପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି. ଆଗାମୀ ଦିନରେ ମଧ୍ୟ ଅନୁଷ୍ଠାନ ନିରନ୍ତର ସେବା କାର୍ଯ୍ୟ କରିଚାଲିବ ବୋଲି କହିଛନ୍ତି ଅନୁଷ୍ଠାନର ପରିଚାଳନା ମୁଖ୍ୟ . ସେବା ମନୋଭାବ ନେଇ କାମ କରିବାକୁ ଆଗ୍ରହୀ ଥିବା ଯେକୌଣସି ବ୍ୟକ୍ତି ସଙ୍ଗଠନ ସହ ଯୋଡି ହୋଇ ସାମାଜିକ କାମ କରିବାକୁ ଆହ୍ୱାନ ଦେଇଛନ୍ତି ଅନୁଷ୍ଠାନର ଅନ୍ୟତମ ଉଦ୍ୟୋକ୍ତା ଇଂ ସେବକ ଶ୍ରୀକାନ୍ତ.

Exit mobile version