Site icon Awaj Media

ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଯାଜପୁରରେ ପହଞ୍ଚିଲା କେନ୍ଦ୍ରୀୟ ଟିମ !!

Spread the love

ଯାଜପୁର (ଆୱାଜ ମିଡ଼ିଆ) – ଆଦିତ୍ୟ ମହାନ୍ତି : ବନ୍ୟା କ୍ଷୟକ୍ଷତି ଆକଳନ କରିବା ପାଇଁ ଯାଜପୁରରେ ପହଞ୍ଚିଲା କେନ୍ଦ୍ରୀୟ ଟିମ । ଆଜି ଅପରାହ୍ନରେ ଏହି ଟିମ ରସୁଲପୁର ବ୍ଳକର ଖଣ୍ଡାସ ଠାରେ ସୃଷ୍ଟି ହୋଇଥିବା ଘାଇ ଅଞ୍ଚଳ ପରିଦର୍ଶନ କରିଛନ୍ତି। କେନ୍ଦ୍ରୀୟ ଟିମ ସଦସ୍ୟଙ୍କ ସହ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ସାମିଲ ହୋଇ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି। ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଠଙ୍କ ନେତୃତ୍ୱରେ ଆସିଥିବା ଏହି ଟିମରେ କୃଷି, ଜଳସମ୍ପଦ, ସଡ଼କ ପରିବହନ, ଗ୍ରାମ୍ୟ ଉନ୍ନୟନ ଓ ଅର୍ଥ ମନ୍ତ୍ରଣାଳୟର ସଦସ୍ୟ ରହିଥିବା ସୂଚନା ମିଳିଛି। ଏହି ଟିମ ଗସ୍ତ ସମୟରେ ଆଜି ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲିକ, ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ, ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ବିଡ଼ିଓ ଉମାକାନ୍ତ ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ସେପଟରେ ବନ୍ୟା ଅଞ୍ଚଳ ଗସ୍ତ ପରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଠାରେ ପ୍ରଶାସନ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତାକାଲି ମଧ୍ୟ ଏହି ଟିମ ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।

Exit mobile version