Site icon Awaj Media

ରୋଗୀମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା

Spread the love

କଟକ ( ଆୱାଜ ମିଡ଼ିଆ ) – ସଞ୍ଜୟ ଚକ୍ରବର୍ତ୍ତୀ : ସରକାରୀ ନିୟମକୁ ବେଖାତିର କରିବା ଫଳରେ ଚାଲିଯାଇଛି ଏକ ମୂଲ୍ୟବାନ ଜୀବନ। ଯାହାକୁ ନେଇ ହସ୍ପିଟାଲ ପରିସରରେ ଦେଖିବାକୁ ମିଳିଥିଲା ଉତ୍ତେଜନା । ବାଖରାବାଦ ଅଞ୍ଚଳର ରାଜେଶ ବାରିକ ନାମକ ଜଣେ ବ୍ୟକ୍ତି ଶ୍ୱାସ, ଥଣ୍ଡା, ଜ୍ୱର ଓ କାଶରେ ପୀଡିତ ହୋଇଥିଲେ । ତାଙ୍କୁ ପ୍ରଥମେ ସିଟି ମେଡିକାଲ୍ ଓ ପରେ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ଉନ୍ନତମାନର ଚିକିତ୍ସା ନପାଇବାରୁ ଷ୍ଟାର୍ ହସ୍ପିଟାଲ ନାମକ ଘରୋଇ ହସ୍ପିଟାଲ ରେ ରେ ଗତ ୩ ଦିନ ତଳେ ଭର୍ତ୍ତି କରିଥିଲେ ପରିବାର ଲୋକେ। କୋଭିଡ୍ ଟେଷ୍ଟ୍ କରିବା ନିୟମ ଥିବାବେଳେ ରାଜେଶଙ୍କ ପରିବାର ଉଭୟ ସରକାରୀ ଓ ବେସରକାରୀ ରେ କୋଭିଡ୍ ଟେଷ୍ଟ୍ କରାଇଥିଲେ ଏବଂ ରିପୋର୍ଟ ନେଗେଟିଭ୍ ଆସିଥିବା ପରିବାର ଲୋକଙ୍କୁ ସୂଚନା ଦେଇଥିଲେ ହସ୍ପିଟାଲ କର୍ତ୍ତୁପକ୍ଷ। ରୋଗୀଙ୍କୁ ତୁରନ୍ତ ଏସସିବି ମେଡିକାଲ୍ କୁ ଆଇସିୟୁରେ ନେବା ପାଇଁ କହିଥିଲେ। ମାତ୍ର ହସ୍ପିଟାଲରେ ଆଇସିୟୁ ଥିବାବେଳେ କର୍ତ୍ତୁପକ୍ଷ ପରିବାର ଲୋକଙ୍କୁ ସିଧାସଳଖ ମନା କରିଦେଇଥିଲେ। ଯାହା ଫଳରେ ହସ୍ପିଟାଲ କର୍ତ୍ତୁପକ୍ଷ ଙ୍କ ଦାୟିତ୍ୱହୀନତା ପାଇଁ ରାଜେଶଙ୍କ ଜୀବନ ଚାଲିଯାଇଥିଲା । ରାଜେଶଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାରୁ ମାଲଗୋଦାମ ଥାନା ପୋଲିସ୍ ପହଞ୍ଚିଥିଲା । ଅନ୍ୟପଟେ ୫ ଜଣ ମାଲିକ ବିଶିଷ୍ଟ ଷ୍ଟାର୍ ହସ୍ପିଟାଲର କର୍ତ୍ତୁପକ୍ଷ ଏ କଥାକୁ ଏଡାଇ ଦେବା ସହ ଏହା ଭିତ୍ତିହୀନ କହିବା ସହ ରୋଗୀର ଚିକିତ୍ସା ସଠିକ୍ ଭାବେ ଚାଲିଥିଲା ବୋଲି କହିଛନ୍ତି . କେଉଁ କାରଣରୁ ରୋଗିର ମୃତ୍ୟୁ ହୋଇଛି ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ୍ ଆସିବା ପରେ ହିଁ ଜଣାପଡିବ ବୋଲି କହିଛନ୍ତି। ଆଉ ପୋଲିସ୍ କରୁଥିବା ତଦନ୍ତରେ ସମ୍ପୁର୍ଣ୍ଣ ଭାବେ ସହଯୋଗ କରିବେ ବୋଲି କ୍ୟାମେରା ସମ୍ମୁଖରେ କହିଛନ୍ତି ହସ୍ପିଟାଲ କର୍ତ୍ତୁପକ୍ଷ।

Exit mobile version