Site icon Awaj Media

ପାରଳାଖେମୁଣ୍ଡିରେ ସେରୋ ସର୍ଭେଲାନ୍ସ ଆରମ୍ଭ

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କରୋନା ଭୁତାଣୁକୁ ପ୍ରତିହତ କରିବା ପାଇଁ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକେତେ ଦୂର ସକ୍ଷମ ହୋଇଛି ତାହାକୁ ପରୀକ୍ଷଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ବାରା ଚିହ୍ନଟ ହୋଇଥିବା ପାରଳା ପୌର।ଞ୍ଚଳରେ ତିନି ଦିନିଆ ସେରୋ ସର୍ଭେଲାନ୍ସ ଆରମ୍ଭ ହୋଇଛି। ସେରୋ ସର୍ଭେଲାନ୍ସ କାର୍ଯ୍ୟକ୍ରମ ରିଜିଓନାଲ ମେଡ଼ିକାଲ ରିସର୍ଚ୍ଚ ସେଣ୍ଟର ( RMRC ) ତଥା ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଚାଲିଛି। RMRC ତରଫରୁ ଅଭିଜ୍ଞ ବୈଜ୍ଞାନିକ ଓ ଡାକ୍ତର ଗବେଷକ ମାନଙ୍କୁ ନେଇ 16 ଟି ଟିମ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଛନ୍ତି। ପୌର।ଞ୍ଚଳରେ 16ଗୋଟି ୱାଡ଼କୁ ନେଇ 20ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି। ପ୍ରତି କ୍ଲଷ୍ଟରରେ ଅନୂନ୍ୟ 50 ବ୍ୟକ୍ତିଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯାଉଛି। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ଲାବୋରଟୋରି, ଟେକ୍ନିସିଆନ, ଷ୍ଟ।ପନର୍ସ, ଆଶା, ଅଙ୍ଗନବାଡି କର୍ମୀ, ସ୍ୱଚ୍ଛସାଥୀ, ଗୋଷ୍ଠୀ ସଙ୍ଗଠିକା ସାମିଲ ହୋଇ ସହାୟତା କରୁଛନ୍ତି। ଜିଲ୍ଲାପାଳ ଅନୁପମ ସାହା ବିଭିନ୍ନ ୱାଡ଼ ପରିଦର୍ଶନ କରି କିଭଳି ସେରୋ ସର୍ଭେଲାନ୍ସ ଚାଲିଛି ତାହା ତଦାରଖ କରିଥିଲେ। ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ବିଭିନ୍ନ ଜାଗାରେ ହେଉଥିବା ସେରୋ ସର୍ଭେଲାନ୍ସ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ତଦାରଖ କରିଥିଲେ। ପ୍ରଥମ ଦିନରେ ଦଶ କ୍ଲଷ୍ଟରରୁ ପାଞ୍ଚଶହ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା। ପ୍ରଥମ ଦିନରେ ରେଲି ସାହି, ରାମ ନଗର, ତେଲିଶୁଣ୍ଢି ସାହି, ରାଜଗୁରୁ ସାହି, ରାଣୀପଦ୍ମାବତୀ କଲୋନୀ କଟିକିଆ ସାହି, ସେରି ସାହି, ଗଜେନ୍ଦ୍ର ସାହି ଆୟାଆପା ରୋଡ, କେଉଟ ସାହି ପ୍ରମୁଖ ସେରୋ ସର୍ଭେଲାନ୍ସ କାର୍ଯ୍ୟକ୍ରମ ଚାଲିଥିଲା।

Exit mobile version