Site icon Awaj Media

ବୁଲା ଷଣ୍ଢ ଆକ୍ରମଣରେ ଗାଈ ଚରାଳିଙ୍କ ମୃତ୍ୟୁ।

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦା ରେ ବୁଲା ଷଣ୍ଢ ଆକ୍ରମଣରେ ଜଣେ ଗାଈ ଚରାଳିଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ସୁକିନ୍ଦା ବ୍ଳକ ର କୁହିକା ଗ୍ରାମ ପଞ୍ଚାୟତର ବାମ୍ବୀଲୋ ଗ୍ରାମର ଆକୁଳା ଦାସ ଗାଈ ଚରାଇ ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଗତ ତିନି ଦିନ ତଳେ ଗାଈ ଚରାଇବା ପାଇଁ ଯାଇ ଥିଲେ, ଘଟଣା ସ୍ଥଳରେ ଏକ ବୁଲା ଷଣ୍ଢ ଆସି ତାଙ୍କୁ ଆକ୍ରମଣ କରି କ୍ଷତ ବିକ୍ଷତ କରିଦେଇଥିଲା, ଗ୍ରାମର ଲୋକମାନେ ଆକୁଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୁହିକା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରିଥିଲେ . ସେଠାରେ ତାଙ୍କର ଗୁରୁତର ଅବସ୍ଥା ଦେଖି ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ .ହେଲେ ସେଠାରେ ଅସ୍ତ୍ରୋପଚାର ପରେ ଆଜି ସକାଳୁ ଆକୁଳଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆକୁଳଙ୍କ ଶବ ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସରକାର ତରଫରୁ କିଛି ଅନୁଦାନ କରାଗଲେ ପରିବାର ର ସଦସ୍ୟ ମାନେ ଉପକୃତ ହୋଇପାରିବେ ଗ୍ରାମର ଲୋକମାନେ ସରକାରଙ୍କୁ ନିବେଦନ କରିଛନ୍ତି।

Exit mobile version