Site icon Awaj Media

ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଲେ DYFI ସଦସ୍ୟ

Spread the love

ରାୟଗଡା (ଆୱାଜ ମିଡ଼ିଆ) – ଆଲୋକ ମହାରଣା : ରାୟଗଡା ଜିଲ୍ଲାରେ କାର୍ଯ୍ୟରତ ଯୁବ ସଙ୍ଘଠନ ଭାରତ ଗଣତାନ୍ତ୍ରିକ ଯୁବ ଫେଂଡେରେସନର ରାୟଗଡା ଜିଲ୍ଲା ସଭାପତି ଶ୍ରୀ ଦୋରା କୋଣ୍ଡାଗିରି ଓ ଯୁବ ସଙ୍ଘଠନ ରାୟଗଡା ଜିଲାରେ ଥିବା ହଜାର ହଜାର ବେକାର ଯୁବକ ଓ ଯୁବତୀ କର୍ମ ନିଯୁକ୍ତିରୁ ବଂଚିତ ହେଉଥିବା ଓ ବେକାରି ସଂଖ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ଘଟଣାକୁ ଦ୍ରୁଷ୍ଟିରେ ରଖି ଆଜି DYFI ରାୟଗଡା ଜିଲ୍ଲା ଯୁବ ସଙ୍ଘଠନ 3 ଗୋଟି ଦାବି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ସେମାନଙ୍କ ଦାବି ଗୁଡିକ କରୋନା କଟକଣା ଓ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୁଇ ବର୍ଷ ପର୍ଯ୍ୟନ୍ତ ନୂତନ ନିଯୁକ୍ତି ବନ୍ଦ କରିଥିବା ଦ୍ୱାରା ହଜାର ହଜାର ଯୁବକ ପାଠ ପଢି ବେକାର ହୋଇଯିବେ ଓ ସେମାନଙ୍କ ମନୋବଳ ଭାଙ୍ଗିବାରେ ଲାଗିଛି। DYFI ରାୟଗଡା ଜିଲ୍ଲା ସଭାପତିଙ୍କ ଆହ୍ୱାନ କ୍ରମେ ଯୁବ ସମାଜ ତିନି ଗୋଟି ଦାବି ଯଥା ନୂତନ ନିଯୁକ୍ତି କୁ କାର୍ଯ୍ୟକାରୀ କରାଯାଉ, ବେକାର ଯୁବକ ମାନଙ୍କୁ ଆତ୍ମ ନିଯୁକ୍ତି ଯୋଗାଇ ଦିଆଯାଉ ଏବଂ ବେକାର ଯୁବକ ଯୁବତୀ ମାନଙ୍କୁ ବେକାରି ଭତା ପ୍ରଦାନ ସାଙ୍ଗକୁ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେବା ପାଇଁ ଶାନ୍ତିପୂର୍ଣ ପରିବେଶ ଓ ସାମାଜିକ ଦୂରତା ରକ୍ଷା କରି କପିଳାସ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି

Exit mobile version