Site icon Awaj Media

କଳିଙ୍ଗନଗରରେ ଶ୍ରମିକଙ୍କ ଗଣଧାରଣା

Spread the love

ଯାଜପୁର ( ଆୱାଜ ମିଡିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ପ୍ରଶାସନିକ ଅଧିକାରୀ ଓ ନିଳାଞ୍ଚଳ ଶ୍ରମିକଙ୍କ ମଧ୍ୟରେ ଆଲୋଚନା ବିଫଳ ହେବାରୁ ଶ୍ରମିକଙ୍କ ପକ୍ଷରୁ ଆଜି ବିରାଟ ଗଣଧାରଣା । ସୁକିନ୍ଦା ନିଳାଞ୍ଚଳ ପ୍ଲାଣ୍ଟର ଶ୍ରମିକ ସମସ୍ୟା ନେଇ ଗତକାଲି ନିଳାଞ୍ଚଳ ଗେଷ୍ଟ ହାଉସରେ ଶ୍ରମିକ ଓ ସରକାରୀ ପ୍ରସାନିକ ଅଧିକାରୀଙ୍କ ମଧ୍ୟରେ ବସିଥିବା ବୈଠକ ବିଫଳ ହୋଇଥିଲା। ଫଳରେ ଆଜି ସକାଳୁ କଳିଙ୍ଗନଗର ସ୍ଥିତ ନିଳାଞ୍ଚଳ ବଞ୍ଚାଅ ବିସ୍ଥାପିତ ପରିବାର ମଞ୍ଚ ନେତୃତ୍ୱରେ ସମସ୍ତ ଶ୍ରେଣୀର କର୍ମଚାରୀ ତଥା ଠିକା ଶ୍ରମିକଙ୍କ ସମର୍ଥନରେ ଶ୍ରମିକଙ୍କ ସ୍ୱାର୍ଥରେ ବିଭିନ୍ନ ଦାବି ନେଇ କଳିଙ୍ଗନଗର ଡୁବୁରୀ ଛକରେ ବିରାଟ ଗଣ ଧାରଣା ଓ ଅର୍ଥନୈତିକ ଅବରୋଧ ହୋଇଥିବା ଦେଖିବାକୁ ମିଳିଛି । ଅପ୍ରତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି ।

Exit mobile version