Site icon Awaj Media

ପ୍ରେମକୁ ନେଇ ଫତେଗଡରେ ଅଭାବନୀୟ କାଣ୍ଡ!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ଫତେଗଡ ଗ୍ରାମରେ ଅଭାବନୀୟ ଘଟଣା । ପ୍ରେମରେ ବିଫଳତା ଯୋଗୁଁ ବିଷ ପାନ କରି ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ। ଘଟଣାରେ ପ୍ରେମିକାଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ପ୍ରେମିକ । ସୂଚନା ଅନୁଯାୟୀ ଫତେଗଡ ଗ୍ରାମର ସଦା ଦାସ ଙ୍କ ପୁଅ ନାଲୁ ଦାସ (୨୦) ଓ ସେହି ଗ୍ରାମର ବିଶ୍ୱନାଥ ପ୍ରଧାନ ଙ୍କ ଝିଅ ପ୍ରତିକ୍ଷା ପ୍ରଧାନ (୧୫) ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ହେଲେ ଏହାକୁ ବିରୋଧ କରିଥିଲେ ପରିବାର ଲୋକେ । ପରିବାର ପକ୍ଷରୁ ବିରୋଧ ହେବାରୁ ଦୁହେଁ ନିକଟସ୍ଥ ଜଙ୍ଗଲକୁ ଯାଇ ଥଣ୍ଡା ପାନୀୟରେ ବିଷ ମିଶାଇ ପିଇଥିଲେ। । ଏହା ପରେ ପରେ ସାଙ୍ଗ ସାଥି ଙ୍କୁ ଖବର କରିଥିଲେ । ସାଙ୍ଗ ସାଥି ଓ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ଭାପୁର ଡାକ୍ତରଖାନାରେ ଭର୍ତି କରିଥିଲେ । ସେଠାରେ ପ୍ରେମିକା ପ୍ରତିକ୍ଷା ଙ୍କ ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଖୋର୍ଦ୍ଧା ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟପଟେ ପ୍ରେମିକ ନାଲୁ ଦାସଙ୍କର ଅବସ୍ଥା ମଧ୍ୟ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ପ୍ରେମିକାଙ୍କ ମୃତ୍ୟୁ ପରେ ଖୋର୍ଦ୍ଧା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର କୁ ହସ୍ତାନ୍ତର କରିଛି । ଅପରପକ୍ଷେ ପ୍ରେମିକା ପ୍ରତିକ୍ଷା ଘର ପକ୍ଷରୁ ତାଙ୍କ ଝିଅକୁ ପ୍ରେମିକ ନାଲୁ ଜଙ୍ଗଲ କୁ ଡ଼ାକିନେଇ ଦୁଷ୍କର୍ମ କରି ବିଷ ପିଆଇ ମାରିଥିବା ଫତେଗଡ ଥାନା ରେ ଅଭିଯୋଗ କରିଛନ୍ତି। ପରିବାର ଲୋକ ମୃତ ଝିଅର ଶବକୁ ରାସ୍ତା ଉପରେ ରଖି ନାଲୁ ଦାସ କୁ ଗିରଫ କରିବାକୁ ଦାବି କରିଛନ୍ତି। ଫତେଗଡ ପୋଲିସ ଅତିଶିଘ୍ର ତଦନ୍ତ କରି ଉକ୍ତ ଯୁବକ କୁ ଗିରଫ କରିବାପାଇଁ ପ୍ରତିଶ୍ରୁତି ଦେବାପରେ ପରିବାର ପକ୍ଷରୁ ରାସ୍ତା ଉପର ଶବକୁ ନେଇ ସତ୍କାର କରାଯାଇଅଛି।

Exit mobile version