Site icon Awaj Media

ଅନଶନକୁ ଓହ୍ଲାଇବ କଟକ ରେଳଷ୍ଟେସନ ପ୍ରିପେଡ ଅଟୋ ଆସୋସିଏସନ ।

Spread the love

କଟକ ( ଆୱାଜ ମିଡ଼ିଆ ) – ସଞ୍ଜୟ ଚକ୍ରବର୍ତ୍ତୀ : ରେଳଯାତ୍ରୀ ମାନଙ୍କର ସୁବିଧା ଓ ସୁରକ୍ଷିତ ଯାତ୍ରା ପ୍ରଦାନ ପାଇଁ ୨୦୧୧ ମସିହାରୁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ପ୍ରିପେଡ ଅଟୋ ସେବା । ଯେଉଁଥିରେ ଗୋଟିଏ ଅଟୋ ଭଡାରେ ୨ ଟଙ୍କା ଲେଖାଏଁ କାଟି ରଖୁଥିଲା କମିଶନରେଟ ପୋଲିସ । ଏହାର ଲକ୍ଷ ଥିଲା କି ସେହି ଟଙ୍କାରେ ଅସମୟରେ ଅଟୋ ଚାଳକଙ୍କଙ୍କର ମଙ୍ଗଳ ସାଧନ କରାଯାଇପାରିବ । ଅଟୋ ସଂଘର କହିବା ମୁତାବକ ଲକ୍ଷାଧିକ ଟଙ୍କା ବର୍ତ୍ତମାନ ପଡିରହିଛି କମିଶନରେଟ ପୋଲିସ ପାଖରେ । ଅଟୋ ଚାଳକ ସଙ୍ଘ ବର୍ତ୍ତମାନ ଅଭିଯୋଗ କରିଛିକି, ଯେବେଠାରୁ ଲକଡାଉନ ଆରମ୍ଭ ହୋଇଛି ସେବେ ଠାରୁ ପ୍ରିପେଡ ଅଟୋ ଚାଳକ ମାନଙ୍କର ସ୍ଥିତି ଦୟନୀୟ ହୋଇଛି । ନିଜର ପରିବାର ପ୍ରତିପୋଷଣ ସହ ଗାଡି କିସ୍ତି ଦେବା ପାଇଁ ଅସମର୍ଥ ହୋଇପଡିଛନ୍ତି ଅଟୋ ଚାଳକ . ତେଣୁ ଦୀର୍ଘବର୍ଷ ଧରି କମିଶନରେଟ ପୋଲିସ ନିକଟରେ ପଡି ରହିଥିବା ଅର୍ଥରୁ ଦଶ ହଜାର ଟଙ୍କା ଲେଖାଏଁ ଗେଟ ନମ୍ବର ୧ ଅଧୀନରେ ଥିବା ୨୧୦ ପ୍ରିପେଡ ଅଟୋ ଚାଳକଙ୍କୁ ଦେବା ପାଇଁ ନିବେଦନ କରିଛନ୍ତି । ପୂର୍ବରୁ ବହୁ ବାର ନିବେଦନ କରୁଥିଲେ ସୁଦ୍ଧା କେହି କର୍ଣ୍ଣପାତ କରିନାହାନ୍ତି । ତେଣୁ ଶେଷରେ ସଙ୍ଘ ନିଷ୍ପତ୍ତି ନେଇଛି କି ଯଦି ଆସନ୍ତା ୨୩ ତାରିଖ ସୁଦ୍ଧା ଦାବି ରାଶି ପ୍ରଦାନ କରାନଯାଏ, ତେବେ ବାଧ୍ୟ ହୋଇ ୨୩ ତାରିଖରେ ପୋଲିସ କମିଶନରଙ୍କ ଅଫିସ ସମ୍ମୁଖରେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Exit mobile version