Site icon Awaj Media

ବିଜେପି ପକ୍ଷରୁ ଗଜପତିରେ ସେବା ସପ୍ତାହ ପାଳନ

Spread the love

ଗଜପତି ( ଆୱାଜ ମିଡ଼ିଆ ) ବିବେକାନନ୍ଦ ବେହେରା : ପ୍ରଧାନମନ୍ତ୍ରୀ ଙ୍କ 70ତମ ଜନ୍ମଦିନ ଉତ୍ସବ ପାଳନ ଠାରୁ ସେବା ସପ୍ତାହ ପାଳନ କରୁଛି ବିଜେପି . ଶେଷ ଦିନରେ ଗଜପତି ଜିଲ୍ଲା ବିଜେପି ଓ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ପାରଳା ବିଧାୟକ କେ ନାରାୟଣ ରାଓଙ୍କ ସହ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଉପଦେଷ୍ଟ। ମହନ୍ତ ମହାରାଜ ରାମନନ୍ଦ ଦାସଜୀ ମିଳିତ ଭାବେ ବୃକ୍ଷ ରୋପଣ କରିଥିଲେ। ସେବା ସପ୍ତାହ ପାଳନ ଅବସରରେ ଜିଲ୍ଲା ବିଜେପି ପକ୍ଷରୁ ସ୍ୱଚ୍ଛ ପରିବେଶ ଓ ସ୍ୱଚ୍ଛପରିମଳ ଅଭିଯାନ, ରକ୍ତଦାନ ଶିବିର, ଗରିବ ଙ୍କୁ ଫଳବଣ୍ଟନ, ବୃକ୍ଷ ରୋପଣ ଭଳି କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପିର ମୁରଲୀ ଗୋପାଳ ରାଓ, ତ୍ରିପତି ନାୟକ, ନୃସିଂହ ଚରଣ ପଟ୍ଟନାୟକ, ଯୁବ ସଭାପତି ବାବୁନା ବେହେରା, ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର, ପୂର୍ବତନ କାଉନସିଲର କେ. ପୂଣ୍ୟବତୀ, ଜାମାଦାର ପଟ୍ଟନାୟକ, ପ୍ରଶାନ୍ତ କୁମାର ପାଳ, ଭି ଚିଟିବାବୁ, କେ.ଯୁବରାଜ, ସନ୍ତୋଷ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ।

Exit mobile version