ଜଗତପୁର କୋଭିଡ ହସପିଟାଲରେ ଅଗ୍ନିକାଣ୍ଡ

0
599

କଟକ (ଆୱାଜ ମିଡ଼ିଆ) – ସଞ୍ଜୟ ଚକ୍ରବର୍ତ୍ତୀ : ଜଗତପୁର ସ୍ଥିତ ସଦ୍‌ଗୁରୁ କୋଭିଡ୍ ହସ୍ପିଟାଲରେ ଘଟିଛି ଅଗ୍ନିକାଣ୍ଡ । ଆଜି ଦ୍ଵିପ୍ରହର ସମୟରେ ହସ୍ପିଟାଲ୍‌ର ଗ୍ରାଉଣ୍ଡ୍‌ଫ୍ଲୋର୍‌ ICUରେ ନିଆଁ ଲାଗି ଯାଇଥିବାର ସୂଚନା ମିଳିଛି । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଜିଲ୍ଲାପାଳ, ସିଏମ୍‌ସି କମିଶନର ଓ କଟକ ଡିସିପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ହସ୍ପିଟାଲ୍‌ରେ ଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ଘଟିଛି ସ୍ପଷ୍ଟ ହୋଇନଥିଲେ ସୁଦ୍ଧା ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବାର ପ୍ରକାଶ ପାଇଛି .

LEAVE A REPLY

Please enter your comment!
Please enter your name here