Site icon Awaj Media

କୋଭିଡ଼ ନିୟମ ଯୋଗୁଁ ଚିକିତ୍ସା ପାଇଁ ଆସିଥିବା ରୋଗୀ ଓ ସମ୍ପର୍କୀୟ ହନ୍ତସନ୍ତ!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କୋଭିଡ଼ ନିୟମ ପାଇଁ ଦୂର ଦୁରାନ୍ତରୁ ଚିକିତ୍ସା ପାଇଁ ଆସିଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନେ ହେଉଛନ୍ତି ହନ୍ତସନ୍ତ। ଅର୍ଥ ହାନି, ପ୍ରାଣ ପୀଡା ଓ ସମୟ ନଷ୍ଟ ହେବା ସହିତ, ରୋଗୀଙ୍କୁ କଷ୍ଟ ସହି ଅପେକ୍ଷା କରିବାକୁ ପଡୁଛି । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଭୁବନେଶ୍ୱର AIIMS ମେଡିକାଲରେ । ହାଡ଼ ଭଙ୍ଗା ଚିକିତ୍ସା ପାଇଁ ସୁଦୂର ନୟାଗଡ଼ରୁ ବିଭୁରଞ୍ଜନ ସେଠୀ ନିଜ ପୁଅ ଦୀପ୍ତିରଞ୍ଜନ ସେଠୀଙ୍କୁ ନେଇ AIIMS ହସ୍ପିଟାଲ ଆସିଥିଲେ। ତେବେ କୋଭିଡ଼ ନିୟମ ଅନୁଯାୟୀ ପ୍ରଥମେ କୋଭିଡ଼ ଟେଷ୍ଟ କରିବା ପରେ, ଚିକିତ୍ସା କରାଯିବ ବୋଲି ହସ୍ପିଟାଲର କର୍ତ୍ତୃପକ୍ଷ କହିଥିଲେ । ଫଳରେ ପୁଅର କଷ୍ଟ ସହ୍ୟ କରି ନପାରି ବିଭୁରଞ୍ଜନ ତାଙ୍କ ଭାଇ ବିଶ୍ୱ ରଞ୍ଜନ ସେଠୀଙ୍କ ଠାରୁ ଏଇତ ଜୀବନ ସମାଜିକ ସଂଘଠନର ଯୋଗାଯୋଗ ନମ୍ବର ନେଇ ନିଜ ସମସ୍ୟା ବିଷୟରେ ଅବଗତ କରାଇ ଥିଲେ । କାଳ ବିଳମ୍ବ ନକରି ଏଇତ ଜୀବନ ସମାଜିକ ସଂଘଠନର ପ୍ରତିଷ୍ଠାତା ଶିବୁ ପଟ୍ଟନାୟକ ରୋଗୀକୁ ନେଇ ଆଠଗଡ଼ର କୁଲେଇଲୋ ଆସିବାକୁ କହିଥିଲେ। କୁଲେଇଲୋ ଠାରେ ଆୟୁର୍ବେଦ ଉପାୟରେ ପିଲାଟିର ଚିକିତ୍ସା କରାଇବା ପରେ ପିଲାଟି ଟିକିଏ ଆଶ୍ବସ୍ଥି ପାଇଥିଲା।

Exit mobile version