Site icon Awaj Media

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବୃକ୍ଷରୋପଣ ଓ କରୋନା ସଚେତନତା

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଗଜପତି ଜିଲ୍ଲାର ସାତଟି ବ୍ଳକରେ ବୃକ୍ଷ ରୋପଣ, କରୋନା ସଚେତନତା, ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଆଦି ପାଳନ କରାଯାଉଛି। ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଵିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ବ୍ଳକରେ ଚାରା ରୋପଣ, କରୋନା ସଚେତନତା ଓ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଗୁଡିକ କରାଯାଉଛି। ଏହି ଅବସରରେ ନୂଆଗଡ଼ ବ୍ଲକର ବଡ଼ପଦା ଗ୍ରାମରେ ରକଷ୍ଟାର ୟୁଥ କ୍ଲବର ସଦସ୍ୟ ମାନଙ୍କ ଦ୍ଵାରା ଗ୍ରାମର ଚାରିପାର୍ଶ୍ଵରେ ସଫେଇ କାର୍ଯ୍ୟକ୍ରମ ସହ ଚାରା ରୋପଣ କରା ଯାଇଛି। ସେହିପରି ମୋହନା ବ୍ଳକର ମୋବୁନା ଗ୍ରାମରେ ସାଧୁସେଵା ସ୍କେନ ୟୁଥ କ୍ଳବର ସଦସ୍ୟ ମାନଙ୍କ ଦ୍ଵାରା ଗ୍ରାମର ପ୍ରତ୍ୟେକ ଯୁବକ ମାନଙ୍କୁ ନେଇ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଦୁଇ ଟି ବ୍ଳକରେ ବୃକ୍ଷରୋପଣ ଓ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପର୍ଣ୍ଣ ହୋଇ ଥିବାରୁ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Exit mobile version