Site icon Awaj Media

ନୟାଗଡ଼ ଜିଲ୍ଲା ବିଜେପି ପକ୍ଷରୁ ସେବା ସପ୍ତାହ ପାଳିତ !!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଉପଲକ୍ଷେ ନୟାଗଡ଼ ଜିଲ୍ଲା ବିଜେପି ପକ୍ଷରୁ ସେବା ସପ୍ତାହ ଆୟୋଜିତ ହୋଇଛି । ସେବା ସପ୍ତାହ ରେ ଜିଲ୍ଲା ବିଜେପି ପକ୍ଷରୁ ବିଜେପି ନେତ୍ରୀ ଶ୍ରୀମତୀ ଇରାନୀ ରାୟ ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ଗରିବ ଲୋକଙ୍କ ସୁଖଦୁଃଖ ବୁଝିବା ସହ ବସ୍ତ୍ର ଖାଦ୍ୟ ଆଦି ବଣ୍ଟନ କରିଥିଲେ । ଏହାସହ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଥିଲେ। ଏହି ଅବସରରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ମେଗା ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା। ଏହି ଶିବିରରେ ବହୁ ଯୁବକ ଯୁବତୀ ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ। ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ଲାଲା ମନୋଜ ରାୟ ଓ ବିଜେପି ନେତ୍ରୀ ଇରାନୀ ରାୟ ପ୍ରମୁଖ ରକ୍ତଦାନ କରିଥିଲେ ।

Exit mobile version