Site icon Awaj Media

କୃଷି ବିଲ ପ୍ରତ୍ୟାହାର ଦାବିରେ ବିକ୍ଷୋଭ।

Spread the love

କଟକ ( ଆୱାଜ ମିଡ଼ିଆ ) – ସଞ୍ଜୟ ଚକ୍ରବର୍ତ୍ତୀ : କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲ୍ ପ୍ରତ୍ୟାହାର ଦାବିରେ କଟକ ନଗର ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ କଟକ-ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର ବାଲିକୁଦା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭ ପ୍ରଦର୍ଶନରେ ନବ ନିର୍ମାଣ କୃଷକ ସଂଗଠନ ସାମିଲ ହୋଇ ପ୍ରତିବାଦ କରିଥିଲା । ସଂସଦରେ କୃଷି ନୀତି ପାରିତ ହେବା ଫଳରେ ଦେଶର ବିଭିନ୍ନ ରାଜ୍ୟରେ ବିରୋଧୀ ଦଳ ଏହାକୁ ଦୃଢ଼ ବିରୋଧ କରୁଛି । ଏହି ବିଲକୁ ପ୍ରତ୍ୟାହାର କରିବା ସହିତ ସ୍ୱାମୀନାଥନ୍ କମିଟି ସୁପାରିଶକୁ କାର୍ଯ୍ୟକାରୀ କରିବାକୁ କଟକ ନଗର ଜିଲ୍ଲା ଯୁବ କଂଗ୍ରେସ ଦାବି କରିଛି । ଏହି ବିକ୍ଷୋଭରେ ପ୍ରଦେଶ କଂଗ୍ରେସ କମିଟିର ସଂପାଦକ ଅନିଲ ବେଉରା , କଟକ ନଗର ଜିଲ୍ଲା ଯୁବ କଂଗ୍ରେସ ସଭାପତି ବିକି ଚକ୍ରବର୍ତ୍ତୀ, କଟକ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା, ସ୍କୃତି ରଞ୍ଜନ ରାଉତ, ରାଜ କିଶନ ସ୍ୱାଇଁ, ବିରେନ ପଶାୟତ, ମହମ୍ମଦ ଅଲିମ ପ୍ରମୁଖ ଯୋଗ ଦେଇ ଵିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Exit mobile version