Site icon Awaj Media

ମା ବିରଜାଙ୍କ ରଥଟଣା ନିମନ୍ତେ ଜନସ୍ୱାର୍ଥ ମାମଲା !!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ/ଆଦିତ୍ୟ ମହାନ୍ତି : ଯାଜପୁରର ଆରାଧ୍ୟ ମା ବିରଜାଙ୍କ ରଥଟଣା କରିବା ନିମନ୍ତେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଖଲ ହୋଇଛି । ଯାଜପୁର ଜିଲ୍ଲା ସମଗ୍ର ବିଶ୍ୱରେ ବିରଜା କ୍ଷେତ୍ର ଭାବେ ପରିଚିତ। ମା ବିରଜାଙ୍କ ସଂସ୍କୃତି ଏକ ଅନନ୍ୟ ସଂସ୍କୃତି । ପବିତ୍ର ଦୁର୍ଗାପୂଜା ସମୟରେ ମା ବିରଜାଙ୍କ କ୍ଷେତ୍ରରେ ନବ ଦିନାତ୍ମକ ରଥଯାତ୍ରାର ପରମ୍ପରା ବହୁ ପୁରାତନ କାଳରୁ ରହିଅଛି । ଏକ ମାସ ଆଗରୁ ମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ଏକ ବୈଠକ ହୋଇ ରଥର ପୁର୍ବ ପ୍ରସ୍ତୁତି ହୋଇଥାଏ । କିନ୍ତୁ କୋଭିଡ-୧୯ର ଦ୍ଵାହି ହେଇ ପ୍ରଶାସନ ପୁରା ସ୍ଥାଣୁ ପାଲଟି ଯାଇଛି। ପ୍ରସାଶନର ତତ୍ପରତା ନଥିବା କାରଣରୁ ବାବା ଲିଙ୍ଗରାଜଙ୍କ ରଥ ଟଣା ବି ଏ ବର୍ଷ ବନ୍ଦ କରାଗଲା । ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବାକୁ ତଥା ଐତିହ୍ୟ ଏବଂ ସଂସ୍କୃତି ଭରା ଜିଲ୍ଲା ଯାଜପୁରରେ ଏହି ପରିସ୍ଥିତି ନହେଉ ସେଥିପାଇଁ ଅକ୍ଷୟ କୁମାର ବଳଙ୍କ ନେତୃତ୍ଵରେ ବିଶ୍ଵ ହିନ୍ଦୁ ପରିଷଦ, ବିରଜା ବାହିନୀ ଏବଂ ବଜରଙ୍ଗ ଦଳ ଯାଜପୁର ପକ୍ଷରୁ ଏକ ଜନସ୍ୱର୍ଥ ମାମଲା ହାଇକୋର୍ଟରେ ଦାଖଲ କରାଯାଇଛି । ଏବଂ ଏଥିରେ ମୂଖ୍ୟତଃ ଦୁଇଟି ଦାବି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ପୁରୀରେ ଯେଉଁଭଳି ଭାବେ ବିନା ଭକ୍ତରେ ପ୍ରଶାସନ ଏବଂ ସେବାୟତ ମାନଙ୍କ ଦ୍ଵାରା ରଥଟଣା ହୋଇଥିଲା ସେହିପରି ଭାବରେ ମା ବିରଜାଙ୍କ ରଥଟଣା ହେଉ ବୋଲି ଦାବି ରହିଛି । ଏବଂ ଏହି ରଥଟଣା ଯାତ୍ରାର ସିଧାପ୍ରସାରଣ କରାଗଲେ ଭକ୍ତମାନ ଘରେ ବସି ଦର୍ଶନ କରିପାରିବେ ବୋଲି ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ।

Exit mobile version