Site icon Awaj Media

କମ୍ୟୁନିଟି ସେଣ୍ଟର ଉଦଘାଟନ କଲେ ଦଶପଲ୍ଲା ବିଧାୟକ !!!

Spread the love

ନୂଆଗାଁ (ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମାଳିସାହି ପଞ୍ଚାୟତରେ ଉଦଘାଟିତ ହୋଇଯାଇଛି କମ୍ୟୁନିଟି ସେଣ୍ଟର . ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମାଳିସାହି ପଞ୍ଚାୟତ ଅଧିନରେ ଥିବା ଖଙ୍ଗୁରୀ ଗ୍ରାମ ବ୍ରାହ୍ମଣଦେଇ ଗୋଷ୍ଠୀ କେନ୍ଦ୍ର ଓ ଷଣ୍ଢମରା ଗ୍ରାମର ଗୋଷ୍ଠୀ କେନ୍ଦ୍ରକୁ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ଲୋକମାନଙ୍କ ସହିତ ବିଭିନ୍ନ ସମସ୍ୟା ସମାଧାନ ସମ୍ପର୍କରେ ଆଲୋଚନା କରିବା ସହିତ କରୋନା ସମ୍ପର୍କରେ ସଚେତନ କରାଇଛନ୍ତି .ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ସାହୁ, ମାଳିସାହି ସମିତି ସଭ୍ୟ ଦୀପକ କୁମାର ପ୍ରଧାନ, ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ, ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ଦଳ ବେହେରା, ସିଙ୍ଗରପଲ୍ଲୀ ପୂର୍ବତନ ସରପଞ୍ଚ ମୁରଲୀ ଜେନା ,କୋରଡ଼ା ପୂର୍ବତନ ସରପଂଚ ଗୋଲଖ ଗୋଚ୍ଛାୟତ, ପୂର୍ବତନ ସମିତି ସଭ୍ୟ ସୁବ୍ରତ କୁମାର ମିଶ୍ର ଏବଂ ପଞ୍ଚାୟତର ବରିଷ୍ଠ କର୍ମୀ ଯୋଗ ଦେଇଥିଲେ । ବିକାଶକୁ ନିଜ ଜୀବନ ରେ ଲକ୍ଷ୍ୟ ରଖି ଆଗେଇ ଚାଲିଥିବା ବିଧାୟକ ଶ୍ରୀ ବେହେରାଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ମାଳିସାହି ପଞ୍ଚାୟତ ବାସୀ ପ୍ରଶଂସା କରିଛନ୍ତି।

Exit mobile version