Site icon Awaj Media

ପୋଖରୀରେ ବୁଡି ଯୁବକ ମୃତ !!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ମହାନଗର ନିଗମ ନିକଁଟସ୍ଥ ଚନ୍ଦନ ପୋଖରୀରେ ବୁଡି ଜଣେ ସ୍ଥାନୀୟ ଯୁବକ ପ୍ରାଣ ହରାଇଛନ୍ତି । ଶୁକ୍ରବାର ସନ୍ଧ୍ୟା ଠାରୁ ଯୁବକ ଜଣକ ପୋଖରୀରେ ବୁଡିଯାଇଥିଲେ । ଖବର ପାଇଁ ଓଡ୍ରାଫ୍ଟ ଟିମ ରାତି ତମାମ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ପୋଖରୀର ଆକାର ଖୁବ ଅଧିକ ହୋଇଥିବାରୁ ଯୁବକ ଜଣଙ୍କର ପତ୍ତା ମିଳି ନଥିଲା । ଶେଷରେ ଆଜି ଯୁବକ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ପୋଖରୀ କୁ ଲାଗି ଏକ ଶିଶୁ ଉଦ୍ୟାନ ରହିଛି ଏବଂ ପୋଖରୀ ଚାରିପଟେ କୌଣସି ପ୍ରକାର ବାଡ଼ ନଥିବା ନେଇ ସ୍ଥାନୀୟ ଜନସାଧାରଣ ଙ୍କର ବାରମ୍ବାର ଅଭିଯୋଗ ଏବଂ ଅନୁରୋଧ ପରେ ମଧ୍ୟ କଟକ ମହାନଗର ନିଗମ କର୍ତ୍ତୃପକ୍ଷ ଏଥିପାଇଁ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଫଳରେ ଏଥିରେ ଏକ ଅମୂଲ୍ୟ ମାନବ ଜୀବନ କ୍ଷତି ଘଟିଛି ବୋଲି ଅଭିଯୋଗ କରି କଟକ ମହାନଗର ନିଗମ କୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Exit mobile version