Site icon Awaj Media

ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ପାଳିତ

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାରଳା ବିଧାୟକ କେ ନାରାୟଣ ରାଓ ଉପସ୍ଥିତ ରହି ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ନୃସିଂହ ଚରଣ ପଟ୍ଟନାୟକ, ବିଜେପି ନଗର ସଭାପତି ଜାମାଦାର ପଟ୍ଟନାୟକ, ପୂର୍ବତନ କାଉନସିଲର କେ ପୁଣ୍ୟବତୀ,ବିଜେପି କର୍ମୀ ପ୍ରଶାନ୍ତ ପ୍ରଧାନ, ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପାଳ, ବିଜେପି ଯୁବ ମୋର୍ଚ୍ଚା ବାବୁନା ବେହେରା, କେ ଯୁବରାଜ ପ୍ରମୁଖ ଉପସ୍ଥିତ ରହିଥିଲେ।

Exit mobile version