Site icon Awaj Media

ଗାନ୍ଧୀ ଜୟନ୍ତୀରେ କିପ ସ୍ମାଇଲିଂ ଚ୍ୟାରିଟେବୁଲ ଟ୍ରଷ୍ଟର ସ୍ୱଚ୍ଛ କଟକ ଅଭିଯାନ !!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧୀଜୀଙ୍କୁ ମନେ ପକାଇବା ସହ ତାଙ୍କର ସ୍ଵପ୍ନକୁ ପୁରଣ କରିବା ପାଇଁ କୀପ ସ୍ମାଇଲିଂ ଚ୍ୟାରିଟେବୁଲ ଟ୍ରଷ୍ଟର ସଦସ୍ୟ ମାନେ ସ୍ୱଚ୍ଛ କଟକ ଅଭିଯାନ କାର୍ଯ୍ୟକ୍ରମ କରିଛନ୍ତି । କଟକ ୪୨ମୌଜା ପୋଲର ଉଭୟ ପାର୍ଶ୍ଵରେ ଜମିଥିବା ବାଲିକୁ ସାମାଜିକ କର୍ମୀ ମାନେ ସଫା କରିଥିଲେ । ଆଜି ପୋଲଟିର ଉଭୟ ପାର୍ଶ୍ଵରେ ଜମିଥିବା ପ୍ରାୟ 75 ଭାଗ ବାଲି ସଫା କରାଯାଥିବା ବେଳେ ଅବଶିଷ୍ଟ 25 ଭାଗ ରବିବାର ଦିନ ସମ୍ପୂର୍ଣ୍ଣ କରାଯିବ ବୋଲି ସୂଚନା ଦେଇଛନ୍ତି ସଂଘଠନର ପ୍ରତିଷ୍ଠାତା ଡୁଡୁଲ ସ୍ୱାଇଁ । ଏହି କାର୍ଯ୍ୟକ୍ରମରେ 50ରୁ ଅଧିକ ସମାଜିକ କର୍ମୀମାନେ ସରକାରଙ୍କ କୋଭିଡ଼ ନିୟମକୁ ପାଳନ କରି ବ୍ରିଜଟିକୁ ସଫା କରି ଗାନ୍ଧିଜୀଙ୍କ ପ୍ରତି ଥିବା ତାଙ୍କ ଭଲ ପାଇବା ତଥା ସମ୍ମାନ ଜାହିର କରିଛନ୍ତି। ମହାପୁରୁଷଙ୍କୁ କେବଳ ପୁଷ୍ପାଞ୍ଜଳି ଦେଇ ବର୍ଷରେ ଥରେ ମନେ ପକାଇବା ଅପେକ୍ଷା ପ୍ରତ୍ୟେକ ଦିନ ତାଙ୍କ ଉପଦେଶକୁ ପାଳନ କରିବା ଉଚିତ୍ ବୋଲି କାର୍ଯ୍ୟକ୍ରମରେ ଯୋଗ ଦେଇ ମତ ପ୍ରକାଶ କରିଛନ୍ତି ଓଡିଶା ତଥା କଟକର ବରିଷ୍ଠ ସମାଜସେବୀ ଅଭିମନ୍ୟୁ ଦାସ । ସଂଘଠନର ଏହି ନିଆରା ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯିବା ସହିତ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ସ୍ଥାନୀୟ ବାସିନ୍ଦା,ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ମାନେ ମତ ପୋଷଣ କରିଛନ୍ତି।

Exit mobile version