Site icon Awaj Media

କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତିକୁ ବିରୋଧ କରି ଆମ ଆଦମୀ ପାର୍ଟି ଗଜପତି ପକ୍ଷରୁ ବିକ୍ଷୋଭ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆପ ଗଜପତି ପକ୍ଷରୁ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ସ୍ଥିତ କଲେଜ ଛକ ଠାରେ କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ ହୋଇଥିବା କୃଷି ବିଲ ବିରୁଦ୍ଧରେ ବିକ୍ଷୋଭ ପଦର୍ଶନ କରାଯିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ କୃଷକ ବିରୋଧୀ କୃଷି ଵିଲକୁ ପ୍ରତ୍ୟାହାର କରାଯିବା ସହିତ ସର୍ବନିମ୍ନ ସହାୟକ ମୂଲ୍ୟ MSPକୁ ଆଇନ ଗତ ମାନ୍ୟତା ପ୍ରଦାନ ପାଇଁ ଦାବୀ ଉଲ୍ଲେଖ କରାଯାଇଛି . ଏହି କାର୍ଯ୍ୟକ୍ରମରେ ଲିଙ୍ଗରାଜ ପାଣିଗ୍ରାହୀ, କିଶୋର ଚନ୍ଦ୍ର ଗୁରୁ, ତ୍ରିନାଥ ଅଧିକାରୀ, ଏସକେ ମୋଜିବ, ତ୍ରିନାଥ ପଟ୍ଟନାୟକ, ଲୋକନାଥ ଭୁକ୍ତା, ଈଶ୍ୱର ରାଓ, ଚକ୍ରପାଣି, ରାଙ୍ଗାଚରଣ ପଟ୍ଟନାୟକ, ଦୁର୍ଯ୍ୟୋଧନ ତିରୁପତି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version