Site icon Awaj Media

ଗଜପତିରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳିତ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ମହାତ୍ମାଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଆୟୋଜନ କରାଯାଇଥିବା ସମୟରେ ସକାଳୁ ସହର ମଧ୍ୟରେ ରାମଧୂନ ଦିଆଯିବା ସହ ଗାନ୍ଧୀଛକ ନିକଟରେ ଥିବା ଗୌରହରି ପାଠାଗାରରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା ପରେ ମହାରାଜାଙ୍କ ବସନ୍ତ ନିବାସରେ ଥିବା ମୁକ୍ତ ଆକାଶ ରଙ୍ଗମଞ୍ଚ ଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ନିଜର ବକ୍ତବ୍ୟ ରଖିଥିଲେ . ମୁଖ୍ୟ ବକ୍ତା ଭାବେ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା କଲ୍ୟାଣୀ ମିଶ୍ର ନିଜର ବକ୍ତବ୍ୟ ରଖିଥିଲେ . କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରଭାକର ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଅର୍ପଣ କରିଥିଲେ . ଏହି କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗର କର୍ମଚାରୀ ଅଚ୍ୟୁତାନନ୍ଦ ବସ୍ତିଆ, ସୁଚିତ୍ରା ଭୂୟାଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Exit mobile version