Site icon Awaj Media

“ସମର୍ପଣ” ରେ ଆନ୍ତର୍ଜାତୀୟ ବୟସ୍କ ଦିବସ ପାଳନ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସମର୍ପଣ (ବୃଦ୍ଧାଶ୍ରମ) ପରିସର ରେ ଆନ୍ତର୍ଜାତୀୟ ବୟସ୍କ ଦିବସ ପାଳନ ହୋଇଯାଇଛି । ସମର୍ପଣ ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମ୍ୟାଲେରିଆ ବିଭାଗର ଅଫିସର ଡାକ୍ତର ତାରକ ପ୍ରସନ୍ନ ତ୍ରୀପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାର୍ଦ୍ଧକ୍ୟ ଅବସ୍ଥାରେ ମନୁଷ୍ୟର କର୍ତ୍ତବ୍ୟ ବିଷୟରେ ଆଲୋଚନା କରିବା ସହିତ ଈଶ୍ୱର ଉପାସନା ଓ ସାତ୍ତ୍ୱିକ ଭୋଜନ କରି ବାର୍ଦ୍ଧକ୍ୟ ସମୟରେ ନିରୋଗ ରହିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପରିବାର କଲ୍ୟାଣ ବିଭାଗ ଏଡିଏମଓ ଡାକ୍ତର ନୌସଦ୍ ଅଲ୍ଲୀ ଖାଁ ଯୋଗଦେଇ ମହାମାରୀ କରୋନାର କରାଳ ରୂପ ବିଷୟରେ ଆଲୋଚନା କରି କିପରି ସଚେତନ ରହିବା ସେ ବିଷୟରେ ବକ୍ତବ୍ୟ ରଖିଥିଲେ ।ଅନ୍ୟତମ ଅତିଥି ଭାବେ ସହକାରୀ ଜିଲ୍ଲା ଜନ=ସ୍ୱାସ୍ଥ୍ୟ ସଂଚାରଣ ଅଧିକାରୀ ଶ୍ରୁତିଳତା ବିଶ୍ୱାଳ, ଉପ ବିଭାଗ ଅଧିକାରୀ ସମାଜସେବୀ ପ୍ରଫୁଲ୍ଲ କୁମାର ନାୟକ ଓ ସମର୍ପଣ ର ସଂପାଦକ ଅରୁଣ କୁମାର ମହାନ୍ତି ଉପସ୍ଥିତ ଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଅନ୍ତେବାସୀ ମାନଙ୍କୁ ଗୋଟିଏ ଗୋଟିଏ ଚାଦର, ଗାମୁଛା, ମାସ୍କ, ସାନିଟାଇଜର ଓ ବିସ୍କୁଟ୍ ପ୍ରଦାନ କରାଯାଇଥିଲା । ପରିଶେଷରେ ସମର୍ପଣ ର ସଦସ୍ୟ ସମାଜସେବୀ ଶ୍ରୀଧର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version