Site icon Awaj Media

କେନ୍ଦ୍ରାପଡା ପାଲଟିଛି ନିଶା ମାଫିଆଙ୍କ ଅମରାବତୀ !!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲାରେ ମାଦକ ଦ୍ରବ୍ୟ ର ଚୋରା ଚାଲାଣ ଚରମ ସୀମା ଲଙ୍ଘି ଥିବାବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଏବେ ନିଶା ମାଫିଆଙ୍କ ଅମରାବତୀ ପାଲଟିଛି . କେତେକ ସ୍ଥାନରେ ଲୋକ ଦେଖାଣିଆ ଚଢ଼ାଉ କରାଯାଇ ଛୋଟମୋଟ ମଦ ବେପାରୀଙ୍କୁ ଗିରଫ କରୁଛି ଅବକାରୀ ବିଭାଗ , ହେଲେ ନିଶା ସାମ୍ରାଜ୍ୟର ବଡ ମାଛ ଅନାୟାସରେ ଚଳାଇଛନ୍ତି କାରବାର . ଅବକାରୀ ବିଭାଗର ଏପରି ନିଷ୍କ୍ରିୟତାର ସୁଯୋଗ ନେଇ ଦୁର୍ବୁତ ମାନେ ବ୍ରାଉନ ସୁଗାର, ଚରସ ଭଳି ବିଷାକ୍ତ ନିଶାଦ୍ରବ୍ୟ ଜିଲ୍ଲାରେ ବ୍ୟାପକ ଚୋରା ଚାଲାଣ କରି ଚାଲିଛନ୍ତି . ଗତକାଲି ରାତିରେ ଆଳିରେ ବ୍ରାଉନ ସୁଗାର ଧରାପଡିବା ନିଶା ଦ୍ରବ୍ୟ ଚୋରା ଚାଲାଣ ର ସାଙ୍ଘାତିକ ତଥ୍ୟ ପଦାକୁ ଆସିଛି . ସୂଚନା ମୁତାବକ ଆଳି ପୁଲିସ କଟକ – ଚାନ୍ଦବାଲି ରାସ୍ତା ପତ୍ରପୁର ପୋଲ ନିକଟରେ ରାତ୍ର କାଳୀନ ଚେକିଂ କରିବା ସମୟରେ ପଟ୍ଟାମୁଣ୍ଡାଇ ରୁ ଆଳି ଅଭିମୁଖେ ଆସୁଥିବା ସ୍କୁଟି ଚାଳକ ଚେକିଂ ଦେଖି ପଳାଇ ଯିବାର ଉଦ୍ୟମ କରିବାରୁ ପୁଲିସ ସନ୍ଦେହ କରି ସମ୍ପୃକ୍ତ ଯୁବକକୁ ଅଟକରଖି ଚେକିଂ କରିବାରୁ ଯୁବକଙ୍କ ନିକଟରୁ ପ୍ରାୟ ୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ମିଳିଥିଲା । ମିଳିଥିବା ରିପୋର୍ଟ ମୁତାବକ, ବୁଧବାର ସନ୍ଧ୍ୟାରେ ଆଳି ଥାନା ସବଇନ୍ସପେକ୍ଟର ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଟିମ୍ ପତ୍ରପୁର ସେତୁ ନିକଟରେ ପେଟ୍ରୋଲିଂ କରୁଥିବାବେଳେ ପଟ୍ଟାମୁଣ୍ଡାଇ ଦକ୍ଷିଣଡ଼ିହା ଗ୍ରାମର ରମାକାନ୍ତ ଦାସ ଆଳି ଆଡ଼କୁ ଏକ ସ୍କୁଟି ନେଇ ଆସୁଥିଲେ। ପୁଲିସକୁ ଦେଖି ରମାକାନ୍ତ ଗାଡ଼ି ବୁଲାଇ ପଳାଇଯିବାକୁ ଉଦ୍ୟମ କରିବାବେଳେ ପୁଲିସ ତାଙ୍କୁ ପିଛା କରି ଧରିଥିଲା . ଚେକିଂ କରିବା ପରେ ତା’ ପକେଟରୁ ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ମିଳିଥିଲା । ପରେ ପୁଲିସ ଯୁବକଙ୍କୁ ଗିରଫ କରିବା ସହିତ ସ୍କୁଟି ଜବତ କରିଛି । ତେବେ ପୁଲିସ ଚେକିଂରେ ନିଶା ଦ୍ରବ୍ୟ ଧରା ପଡୁଥିବା ସମୟରେ ଅବକାରୀ ବିଭାଗ କଣ କରୁଛି ସେ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ .

Exit mobile version