Site icon Awaj Media

ଉତ୍କଳ ବିକାଶ ପରିଷଦ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି !

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ମହାମାରୀ କରୋନା ରେ ଜୀବନ ହରାଇ ଥିବା କରୋନା ଯୋଦ୍ଧା ଏଏସଆଇ ଶିଶିର କୁମାର ସେଠୀଙ୍କୁ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି . କଟକ ସଦର ଉପକଣ୍ଠ ଯଶପଡା ପଂଚାୟତର ଶିଶିର କୁମାର ସେଠୀଙ୍କ କରୋନା ମହାମାରୀରେ ପୀଡିତ ହୋଇ ମୃତ୍ୟୁ ଘଟିଛି . ଖଣ୍ଡଗିରି ଥାନାରେ ଏଏସଆଇ ଭାବେ କର୍ତବ୍ୟରତ ଥିଲେ ସ୍ୱର୍ଗତ ଶିଶିର କୁମାର ସେଠୀ . କରୋନା ଯୋଦ୍ଧା ସ୍ୱର୍ଗତ ଶିଶିର କୁମାର ସେଠୀଙ୍କ ଏକାଦଶାହ ତିଥିରେ କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ କରୋନା କଟକଣା ପାଳନ ପୁର୍ବକ ଏକ ଶୋକସଭା କୋଟୁଆଁ ଖେଳପଡିଆ ଠାରେ କରାଯାଇ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ! ଶ୍ରଦ୍ଧାଞ୍ଜଳି ସଭାରେ ପରିଷଦ ପକ୍ଷରୁ କୃଷକନେତା ଦେବୀ ପ୍ରସାଦ ପତି, ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ, ଚନ୍ଦ୍ରଶେଖର ମଲ୍ଲିକ, ସୁଦର୍ଶନ ଜେନା, ବିଶ୍ୱରଂଜନ ସେଠୀ, ଲଷ୍ମୀଧର ଜେନା, ରବୀନ୍ଦ୍ର ପାତ୍ର, ଶ୍ରମିକନେତା ଚକ୍ରବର୍ତ୍ତୀ ଓତା, ରବୀନ୍ଦ୍ର ବେହେରା, ମାନସ ମହାନ୍ତି, ସୁଧାଂଶୁ ପଣ୍ଡା, ହରେକୃଷ୍ଣ ବେହେରା, ସନ୍ତୋଷ ଭୋଇ ପ୍ରମୁଖ ଉପସ୍ଥିତ ରହି ଅମର ଆତ୍ମର ସ୍ମୃତଚରଣ କରିବାସହ ସଦଗତି ପ୍ରାର୍ଥନା କରିଛନ୍ତି ! ପରିଷଦର ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ କରୋନା ଯୋଦ୍ଧା ଶିଶିର ସେଠୀ ସମସ୍ତଙ୍କ ଆଦର୍ଶ, ଏବଂ ତାଙ୍କ ବଳିଦାନ ଗର୍ଵ ଆଉ ଗୌରବବୋଲି ଶୋକବାର୍ତାରେ ଜଣାଇବା ସହ ସ୍ୱର୍ଗତ ସେଠୀଙ୍କ ପରିବାର ଏବଂ ବଡଭାଇ ଶଙ୍କର ସେଠୀଙ୍କୁ ସମବେଦନା ଜଣାଇଛନ୍ତି !

Exit mobile version