Site icon Awaj Media

ସ୍କିମ ୱାର୍କରଙ୍କ ଦାବୀ ନେଇ AIUTUC ର ବିକ୍ଷୋଭ !!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କରୋନା ମହାମାରୀର ଭୟଙ୍କର ସ୍ଥିତିରେ ଜନସାଧାରଣ ଜୀବନ ଜୀବିକା ହରାଇ ମୁଣ୍ଡରେ ହାତ ଦେଇଛନ୍ତି। ଆଉ ଏଥିରୁ ବାଦ ପଡିନାହାନ୍ତି ସ୍କିମ ୱାର୍କର ମାନେ। ସଟଡାଉନ ଲକଡାଉନ ସମୟରେ ଲୋକମାନେ କରୋନା ଭୟରେ ଘରେ ରହୁଥିବା ବେଳେ ଏହି କର୍ମଚାରୀ ମାନେ ସରକାରୀ ନିୟମ ଅନୁଯାୟୀ କରୋନା ଯୋଦ୍ଧା ସାଜି ନିଜ କର୍ମକ୍ଷେତ୍ରରେ କାମ କରିଥିଲେ । ତେବେ ଏମାନଙ୍କୁ ଏମାନଙ୍କ କାମର ପ୍ରାପ୍ୟରୁ ବଂଚିତ କରାଯାଇଥିବାରୁ ଏମାନଙ୍କ ଅବସ୍ଥା ଏବେ ଶୋଚନୀୟ। ଏହାକୁ ବିରୋଧ କରି ଆଜି କଟକ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ Aiutuc ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯାଇଛି । ସ୍କିମ ୱାର୍କର ମାନଙ୍କୁ ସରକାରୀ ମାନ୍ୟତା ଦିଆଯିବା ସହ ପେନସନ, ମାସିକ 21ହଜାର ଟଙ୍କା ଦରମା, କରୋନା ମହାମାରୀ ର ବେରୋଜଗାର ସମୟରେ ମାସିକ 10 ହଜାର ଟଙ୍କା ସାହାଯ୍ୟ ଏବଂ ଅବସରକାଳୀନ 5ଲକ୍ଷ ଟଙ୍କା ସହାୟତା ଯୋଗାଇଦେବାକୁ ଏଆଇୟୁଟିୟୁସି ପକ୍ଷରୁ ଦାବୀ ହୋଇଛି । ଉକ୍ତ କାର୍ଯ୍ୟକ୍ରମ ରେ ଏଆଇୟୁଟିୟୁସିର କଟକ ଜିଲ୍ଲାର ଅଫିସ ସମ୍ପାଦକ ଖଗେଶ୍ୱର ସେଠୀ, ସଭାପତି ରାଜକିଶୋର ମଲ୍ଲିକ,ସସ୍ମିତା ସେଠୀଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ ।

Exit mobile version