Site icon Awaj Media

ତୃଣମୂଳ ସ୍ତରର କର୍ମୀଙ୍କୁ କରୋନା ଯୋଦ୍ଧା ସମ୍ମାନ !!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଳା, ସାହିତ୍ୟ, ସଂସ୍କୃତିର ଜୟଗାନ କରୁଥିବା ମହତ ଅନୁଷ୍ଠାନ “ସରସ୍ୱତୀ କଳା ପରିଷଦ” କନ୍ଦରପୁର, କଟକ ପକ୍ଷରୁ କରୋନା ମହାମାରୀ ଭଳି ସମାଜର ଦୁର୍ଦିନରେ ଅହରହ ଦେଶ, ଜାତି ପାଇଁ ନିସ୍ୱାର୍ଥପର ଭାବରେ କାର୍ଯ୍ୟ କରୁଥିବା ପ୍ରଶାସନିକ ଅଧିକାରୀ,ଅଶାକର୍ମୀ, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟକର୍ମୀ, ସମାଜସେବୀ, ସରପଂଚ ଵର୍ଗ, ଗଣମାଧ୍ୟମ ପ୍ରତିନିଧି ଆଦି ସମସ୍ତ ସାରସ୍ୱତ ପ୍ରତିଭା ବର୍ଗଙ୍କୁ “କରୋନା ଯୋଦ୍ଧା ସମ୍ମାନ – ୨୦୨୦” ପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣରେ ନିରାଡ଼ମ୍ବର ଭାବରେ ସାମାଜିକ ଦୂରତା ବଜାଇ ରଖି ପାଳନ କରାଯାଇଛି ! ଏହି ସମ୍ମାନ ପର୍ବର ପ୍ରଥମ ପର୍ଯ୍ୟାୟରେ ଉଦଘାଟକ ଭାବେ ସମାଜସେବୀ କରୁଣାକର ପ୍ରଧାନ ଓ ବରେଣ୍ୟ ଅତିଥି ଭାବେ କୃଷକ ବନ୍ଧୁ ଇଂ.ମାନସ ଲେଙ୍କା ଯୋଗ ଦେଇଥବାବେଳେ,ଦ୍ୱିତୀୟ ପର୍ଯ୍ୟାୟରେ କନ୍ଦରପୁର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସତ୍ୟଜିତ ଦାସ, ଅତିରିକ୍ତ ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଚିତରଂଜନ ବଲବନ୍ତରାୟ, ଶ୍ରୀଯୁକ୍ତ ଶଶୀକାନ୍ତ ବେହେରା ଯୋଗଦାନ ପୂର୍ବକ ପରିଷଦ ପକ୍ଷରୁ ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ, ସଭାପତି ତଥା ନାରୀନେତ୍ରୀ ପ୍ରତିଭା ଶତପଥୀ, ଗୁରୁ ମହାଦେବ ମହାରଣା, ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ସଂଯୋଜକ ଚକ୍ରବର୍ତ୍ତୀ ଓତା, ପରିଷଦର ଉପଦେଷ୍ଟା ସନ୍ଧ୍ୟରାଣୀ ଦାଶ, ସମାଜସେବୀ ଦୀପକ ସାହୁ, ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ, ଦୈତାରି ପ୍ରଧାନ, ସମାଜସେବୀ ଅଭିରାମ ସାହୁ ପ୍ରମୁଖ ଉପସ୍ଥିତ ରହି କରୋନା ଯୋଦ୍ଧା ମାନଙ୍କୁ ସାଧୁବାଦ ଜଣାଇବା ସହ ଉତ୍ସାହିତ କରିଥିଲେ !

Exit mobile version