Site icon Awaj Media

ବିଜୁଳି ଛାଟକୁ ନେଇ ଗଜପତି ଜିଲ୍ଲା ବିଜେପିର ବିକ୍ଷୋଭ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାଜ୍ୟ ସରକାରଙ୍କ ବିଜୁଳି ଦେୟ ବୃଦ୍ଧି ପ୍ରତ୍ୟାହାର, ଜିଲ୍ଲାରେ ବାରମ୍ବାର ବିଜୁଳି ବିଭ୍ରାଟ ଓ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଲାପାଳଙ୍କ ଦାୟିତ୍ୱରେ ଥିବା ସଂଗ୍ରାମ ଶେଖର ପଣ୍ଡା ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ବହୁ ସଂଖ୍ୟାରେ ବିଜେପି କର୍ମୀ ଓ ନେତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କରୋନା ମହାମାରୀ ସମୟରେ ବହୁ ଗରିବ ଖଟିଖିଆ, କୁଲି ମଜୁରିଆ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ସେମାନଙ୍କର ଜୀବନ ଜୀବିକା ହରାଇ ଦୁର୍ଦ୍ଦିନରେ ଦିନ କାଟୁଥିବା ବେଳେ ରାଜ୍ୟ ସରକାର ବିଦ୍ୟୁତଶୁଳ୍କ ୟୁନିଟ ପିଛା 20 ପଇସା ବୃଦ୍ଧି କରିବା ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି । ଏହାକୁ ରାଜ୍ୟ ସରକାର ତୁରନ୍ତ ପ୍ରତ୍ୟାହାର କରି ନିଅନ୍ତୁ ନଚେତ ଆଗାମୀ ଦିନରେ ବିଜେପି ପକ୍ଷରୁ ଏହାର ପ୍ରତିବାଦ କରାଯିବ। ଜିଲ୍ଲାରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ହେବା ସହ ଅଘୋଷିତ ବିଦ୍ୟୁତ କାଟପ୍ରତି ଜନସାଧାରଣ ଓ ଛାତ୍ରଛାତ୍ରୀ ଅତିଷ୍ଠ ହୋଇ ପଡିଲେଣି । ଛାତ୍ରଛାତ୍ରୀ ମାନଙ୍କୁ ଅନଲାଇନରେ ପାଠପଢା ହେଉଥିବା ବେଳେ ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଏହି ବିକ୍ଷୋଭ ପ୍ରଦର୍ଶନରେ ନୃସିଂହ ଚରଣ ପଟ୍ଟନାୟକ, ଜାମାଦାର ପଟ୍ଟନାୟକ, ସି ଏଚ ତାରକେଶ୍ୱରୀ, ଜଗନ୍ନାଥ ମହାପାତ୍ର, ଶ୍ୟାମ ସୁନ୍ଦର ପାଣିଗ୍ରାହୀ, ସି ଏଚ ସୀମାଦ୍ରୀ ଅରୁଣୀମା ସାହୁ, ଜୀ ଶ୍ରୀଧର ନାଇଡୁଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।

Exit mobile version