Site icon Awaj Media

ଓଡିଶା ବିଶ୍ୱବିଦ୍ୟାଳୟ ଆଇନକୁ ତୁରନ୍ତ ରଦ୍ଦ ଦାବୀ !!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଓଡିଶା ବିଶ୍ୱ ବିଦ୍ୟାଳୟ ଆଇନକୁ ତୁରନ୍ତ ରଦ୍ଦ କରିବାକୁ ଦାବୀ କରିଛି ଏଆଇଡିଏସଓ । ପ୍ରତିବାଦରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ସହ ନୂତନ ଆଇନର ଏକ ନକଲ ଦାହ କରାଯାଇଛି । ସୂଚନାନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାନସଭାରେ ପାରିତ ହୋଇଥିବା ବିଶ୍ୱବିଦ୍ୟାଳୟ ଆଇନକୁ ନେଇ ଏବେ ସମଗ୍ର ରାଜ୍ୟରେ ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଶିକ୍ଷାପ୍ରେମୀ ଚିନ୍ତାରେ ପଡିଛନ୍ତି। ଏହାଦ୍ୱାରା ସମଗ୍ର ଶିକ୍ଷା ବ୍ୟବସ୍ଥା ବହୁଳ ଭାବେ ବିପର୍ଯ୍ୟୟର ସମ୍ମୁଖୀନ ହେବ ବୋଲି ଅଭିଯୋଗ ଉଠିଛି । ପୂର୍ବରୁ ବିଶ୍ୱବିଦ୍ୟାଳୟର ଶିକ୍ଷକ ଚୟନ ପ୍ରକ୍ରିୟା ସମ୍ପୃକ୍ତ ବିଭାଗ ଉପରେ ନ୍ୟସ୍ତ ଥିଲା। ହେଲେ ଏବେ ଏହି ଦାଇତ୍ୱ ଓଡିଶା ପବ୍ଲିକ ସର୍ଭିସ କମିଶନ କୁ ହସ୍ତାନ୍ତର କରାଯାଇଛି।ଅନ୍ୟପଟେ ସିନେଟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ହଟା ଯାଇଛି ପୁଣି କୁଳପତି ଚୟନରେ ସିଣ୍ଡିକେଟ କୁ ବାଦ କରି ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କୁ ସାମିଲ କରିବା ଭଳି ମନମୁଖୀ ବ୍ୟବସ୍ଥାକୁ ସ୍ଥାନ ଦିଆଯାଇଛି। ଯାହାଦ୍ୱାରା ଉଭୟ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଭୟଙ୍କର ସମସ୍ୟାର ସମ୍ମୁଖୀନ ହେବା ସହ ଶିକ୍ଷା ବ୍ୟବସ୍ଥା ବହୁଳ ଭାବେ କ୍ଷତିଗ୍ରସ୍ତ ହେବ ବୋଲି ମତପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କର ଏହି ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ଏଆଇଡିଏସଓ ପକ୍ଷରୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଉକ୍ତ ନୂତନ ଆଇନର ଏକ ନକଲ ଦାହ କରାଯାଇ ଏହାକୁ ତୁରନ୍ତ ରଦ୍ଦ କରିବାକୁ ଦାବୀ କରାଯାଇଛି ।

Exit mobile version