Site icon Awaj Media

ବନ୍ଦ ହୋଇଥିବା ବିଏଡ଼ କଲେଜ ଖୋଲିବାକୁ ଦାବୀ !!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ରାଜ୍ୟ ସରକାରଙ୍କ ଦ୍ୱାରା ବନ୍ଦ ହୋଇଥିବା 14ଟି ବିଏଡ଼ କଲେଜ କୁ ଅବିଳମ୍ବେ ଖୋଲିବା ଏବଂ ସେଲ୍ଫ ଫାଇନାନସିଂ ଭିତ୍ତିରେ ବିଏଡ଼ ପାଠ୍ୟକ୍ରମ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଏଆଇଡିଏସଓ ପକ୍ଷରୁ ଦାବୀ ହୋଇଛି । ରାଜ୍ୟର 14ଟି ବିଏଡ଼ କଲେଜ ବନ୍ଦ ହେବା ଦ୍ୱାରା ଶିକ୍ଷା ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ଅଭିଯୋଗ ଉଠାଇଛି ଏଆଇଡିଏସଓ । ଏହି କଲେଜ ଗୁଡିକରେ ଦୀର୍ଘଦିନ ଧରି ବିଭିନ୍ନ ପଦବୀ ଖାଲି ପଡିଥିବା ବେଳେ ବିଏଡ଼ କୋର୍ସକୁ ମଧ୍ୟ ପ୍ରତ୍ୟାହାର କରାଯାଇଛି । ଫଳରେ ଆଗାମୀ ଦିନରେ ସ୍କୁଲ ଗୁଡିକରେ ଉପଯୁକ୍ତ ଶିକ୍ଷକ ନିଯୁକ୍ତି ହୋଇପାରିବେ ନାହିଁ । ଫଳସ୍ୱରୂପ ସ୍କୁଲ ଛାତ୍ରଛାତ୍ରୀ ମାନେ ମଧ୍ୟ ଉପଯୁକ୍ତ ଶିକ୍ଷାରୁ ବଂଚିତ ହେବେ । ଅନ୍ୟପଟେ ସେଲ୍ଫ ଫାଇନାନସିଂ ଭିତ୍ତିରେ ବିଏଡ଼ କୋର୍ସ ଫି କୁ 45ହଜାର ଟଙ୍କା କରାଯିବା ଦ୍ୱାରା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ମନୋବୃତ୍ତି ଏହି କୋର୍ସକୁ ନେଇ ଦୁର୍ବଳ ହେବ। ସରକାର ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ପ୍ରଦାନ କରିବା ପରିବର୍ତ୍ତେ ଏହାକୁ ବ୍ୟବସାୟରେ ପରିଣତ କରିଛନ୍ତି ବୋଲି ଏଥିରୁ ଜଳଜଳ ହୋଇ ଜଣାଯାଉଛି । ଅନ୍ୟପଟେ ଶିକ୍ଷା ବ୍ୟବସ୍ଥାର ବୋଝ ନିଜ ମୁଣ୍ଡରୁ କାଢି ନିଜର ଦାୟିତ୍ବହୀନତା ମଧ୍ୟ ପ୍ରଦର୍ଶନ କରିଛନ୍ତି । ଏହାକୁ ନେଇ ଏଆଇଡିଏସଓ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଗଣଶିକ୍ଷା ମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର କଟକ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

Exit mobile version