Site icon Awaj Media

ସରକାରୀ ଯୋଜନାରୁ ବଂଚିତ ଯୋଗ୍ୟ ହିତାଧିକାରୀ !

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ତୁଳସୀପୁର୍ ଗ୍ରାମରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା । ଗ୍ରାମର କମଳା ଜେନା ଦୀର୍ଘ ଛଅ ମାସରୁ ଅଧିକ ହେବ ପାରାଲିସିସ୍ ରୋଗରେ ପୀଡିତ । ଘରେ ଛୋଟ ଛୋଟ ଚାରି ପୁଅ ଝିଅ ସାଙ୍ଗକୁ ବୃଦ୍ଧା ଶାଶୁ । ଶାଶୁଙ୍କୁ ସେବା କରିବା ସମୟରେ ଶାଶୁ କରୁଛନ୍ତି କମଳାଙ୍କ ସେବା । ଏହି ଘଟଣା କେହି ବି ଦେଖିଲେ କହିବ ଯେ, ସରକାରଙ୍କ ଅନେକ ଯୋଜନା କିଭଳି ବିଫଳ ହେଉଛି । କେତେ ଜଣ ସରକାରୀ କର୍ମଚାରୀ ମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ନିନ୍ଦିତ ହେଉଛନ୍ତି ସରକାର । କମଳାଙ୍କର ନାଁ ଅଛନ୍ତି ସ୍ବାମୀ ନାଁ ଅଛନ୍ତି ଶ୍ବଶୁର । ଏମିତିକି ତାଙ୍କର ଚିକିତ୍ସା କିମ୍ବା ଔଷଧ କଥା ବୁଝିବାକୁ ମଧ୍ୟ କେହି ନାହାନ୍ତି । ବୃଦ୍ଧା ଶାଶୁ ମାଗି ଯାଚି ଆଣିଲେ କେବେ ଖାଇବାକୁ ମିଳେ ତ ଆଉ କେବେ କେବେ ପାଣି ମୁନ୍ଦେ ପିଇ ଦିନ କାଟିବାକୁ ପଡିଥାଏ । ବିଚାରି ଶାଶୁ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓ, ତହସିଲଦାରଙ୍କୁ ବାରମ୍ବାର ନିଜର ସମସ୍ୟା ଜଣାଇଥିଲେ ମଧ୍ୟ ଫଳ ଶୂନ। ଘଟଣାକୁ ନେଇ ସ୍ଥାନୀୟ ବିଡ଼ିଓ ଏବଂ ସରପଞ୍ଚଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ରଖିବାକୁ ଅନିଚ୍ଛା ପ୍ରକାଶ କରିଥିଲେ ।

Exit mobile version