Site icon Awaj Media

ବୋଲଗଡ଼ରେ ୱେଵ୍ ମିଡିଆ ରିପୋର୍ଟର୍ସ ସଂଘ ଗଠିତ !!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ମା’ ଭୂଇଁଆଣି ପୀଠରେ ବୋଲଗଡ଼ ବ୍ଲକ ୱେବ ମିଡ଼ିଆ ରିପୋର୍ଟରମାନଙ୍କୁ ନେଇ ଏକ ଆଞ୍ଚଳିକ ୱେବ ମିଡ଼ିଆ ରିପୋର୍ଟର୍ସ ସଂଘ ଗଠିତ ହୋଇଯାଇଛି । ବର୍ତମାନ ପରିସ୍ଥିତିରେ ସାମ୍ବାଦିକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଵେଳେ କରୋନା ମହାମାରୀର ସଚେତନତା ସୃଷ୍ଟି କରିବାରେ କରୋନା ଯୋଦ୍ଧା ଭାବେ ସାମ୍ବାଦିକ ମାନଙ୍କର ଭୁମିକା ରହିଛି। ସାମ୍ବାଦିକ ବିଶ୍ୱଜିତ ମହାପାତ୍ରଙ୍କ ଆବାହକ କ୍ରମେ ବୈଠକରେ ଆଞ୍ଚଳିକ ୱେବ ମିଡ଼ିଆ ରିପୋର୍ଟର୍ସ ସଂଘର ନୂତନ କର୍ମକତା ଚୟନ ହୋଇଛି । ସଭାପତି ଭାବେ ନିରଞ୍ଜନ କୁମାର ନାୟକ, ଉପ-ସଭାପତି ରଘୁନାଥ ମଲ୍ଲିକ, ସମ୍ପାଦକ ବିଶ୍ୱଜିତ ମହାପାତ୍ର, ସହ-ସମ୍ପାଦକ ଆଶିଷ ମହାରଣା, କୋଷାଧ୍ୟକ୍ଷ ଶ୍ରୀନିବାସ ଵେହେରା ରହିଥିବା ଵେଳେ ଉପଦେଷ୍ଟା ଭାବେ ଆର୍ତ୍ତଵନ୍ଧୁ ପ୍ରଧାନ, ଜୟେନ୍ଦ୍ର ଵେହେରା, ଯଦୁନାଥ ସାମନ୍ତରାୟ ରହିଛନ୍ତି । ସଂଘର ଆବାହକ ଭାବେ ରାକେଶ ଚନ୍ଦ୍ର ପାଢୀ ଓ ସଂଜୀବ ସେଠୀ ଦାୟିତ୍ୱ ବହନ କରିଛନ୍ତି। ଏହି ଆଂଚଳିକ ୱେବ୍ ମିଡିଆ ରିପୋର୍ଟର୍ସ ସଂଘର ବୈଠକରେ ଉପସ୍ଥିତ ସଭ୍ୟ ସୁଶାନ୍ତ କୁମାର ପ୍ରଧାନ, ସଂଜୟ ମହାପାତ୍ର, ବିଷ୍ଣୁପ୍ରସାଦ ମହାନ୍ତି, ଗଂଗାଧର ସାହୁ, ଅଶୋକ କୁମାର ପ୍ରଧାନ ପ୍ରମୂଖ ସମର୍ଥିତ କରିଥିଲେ। ସମସ୍ତ ସାମ୍ବାଦିକ ମାନେ କୋଭିଡ୍-୧୯ ର ନିୟମ ପାଳନ କରିବା ସହିତ ମାସ୍କ ପିନ୍ଧିଥିଲେ। ଶେଷରେ ସଂଘର ଊପଦେଷ୍ଟା ଆର୍ତ୍ତଵନ୍ଧୁ ପ୍ରଧାନ ଉପସ୍ଥିତ ବୋଲଗଡ଼ ବ୍ଳକର ସମସ୍ତ ମିଡିଆ ବନ୍ଧୁ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version