Site icon Awaj Media

ସହିଦ୍ କଷ୍ଟି ଡ଼ାକୁଆଙ୍କ ୭୮ତମ ବଳିଦାନ ଦିବସ ପାଳିତ।

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ସଞ୍ଜୀବ ଡାକୁଆ : ସହିଦ୍ କଷ୍ଟିଡ଼ାକୁଆ ସଂଗ୍ରାମୀ ପରିଷଦ ତରଫରୁ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡ଼ା ପଞ୍ଚାୟତ ଅଧିନରେ ଥିବା ସହିଦ୍ ଙ୍କ ଜନ୍ମସ୍ଥାନ କୁଶବିଡା ଗ୍ରାମରେ ସଂଗ୍ରାମୀ ସହିଦ୍ କଷ୍ଟି ଡ଼ାକୁଆଙ୍କ ୭୮ତମ ବଳିଦାନ ଦିବସ ପାଳିତ ହୋଇଯାଇଛି । ଏହି ବଳିଦାନ ଦିବସରେ ମୁଖ୍ୟଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ସହିଦ୍ କଷ୍ଟି ଡ଼ାକୁଆଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ଏହାସହ ସହିଦ୍ କଷ୍ଟି ଡ଼ାକୁଆ କିପରି ସ୍ଵାଧୀନତା ସଂଗ୍ରାମରେ ଇଂରେଜ ମାନଙ୍କ ସହିତ ବୀରତ୍ଵର ସହ ଲଢେଇ କରି ଜନ ଆନ୍ଦୋଳନ ଆରମ୍ଭ କରି ନୂଆଗାଁ ଠାରେ ଇଂରେଜ ମାନଙ୍କ ଗୁଳିରେ ପ୍ରାଣ ହରାଇଥିଲେ ତାହା ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ବର୍ଣ୍ଣନା କରିଥିଲେ।। ବୀର ସହିଦ୍ କଷ୍ଟିଡ଼ାକୁଆଙ୍କ ପବିତ୍ର ଜନ୍ମସ୍ଥାନ କୁଶବିଡା ଗ୍ରାମକୁ ଦଶପଲ୍ଲା ବିଧାୟକ ପୌଷ୍ୟ ଗ୍ରାମ ରୂପେ ଘୋଷଣା କରିବା ସହିତ ଆଗାମୀ ଦିନରେ ଗ୍ରାମକୁ ପକ୍କା ରାସ୍ତା ଦ୍ଵାରା ଗମନାଗମନ ସହିତ ସମସ୍ତ ସୁବିଧା ପ୍ରଦାନ, ଗ୍ରାମ ଠାରୁ କିଛି ଦୂରରେ ଥିବା ବ୍ରିଜ ଏବଂ ଗ୍ରାମକୁ ସଂଯୋଗିକରଣ ପାଇଁ ଆଗାମୀ ଦିନରେ ହେବାକୁ ଥିବା ଦୀର୍ଘ ପକ୍କା ରାସ୍ତାକୁ ସହିଦ୍ କଷ୍ଟି ଡ଼ାକୁଆଙ୍କ ନାମରେ ନାମିତ କରାଯିବ ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ସାସମଲ, ବିଡ଼ିଓ ପ୍ରମୋଦ କୁମାର ଦଳବେହେରା, ସରପଞ୍ଚ ତ୍ରିଲୋଚନ ସାହୁ, ସମିତି ସଭ୍ୟଙ୍କ ପ୍ରତିନିଧି ପାଣୁଚରଣ ଖଣ୍ଡୁଆଳ, ନୂଆଗାଁ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ, ପୂର୍ବତନ ସରପଂଚ ମୁରଲୀ ଜେନା ପ୍ରମୁଖ ଯୋଗଦେଇ ଥିଲେ । ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ଦଳ ବେହେରା ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ସମାପ୍ତ କରିଥିଲେ।

Exit mobile version