Site icon Awaj Media

ଭାରତୀୟ ଗଣମାଧ୍ୟମକୁ ଚୀନ ଦୂତାବାସର ଧମକ !!

Spread the love

ବ୍ୟୁରୋ ରିପୋର୍ଟ ( ଆୱାଜ ମିଡ଼ିଆ ) – ଚୀନ ଭାରତ ବିବାଦ ଥମିବାର ନା ଧରୁନି। ଏଥର ଦିଲ୍ଲୀ ସ୍ଥିତ ଚୀନ ଦୁତ୍ତବାସ ଭାରତୀୟ ଗଣମାଧ୍ୟମ କୁ ଦେଉଛି ଧମକ। ଚୀନ ଦୂତାବାସ ପକ୍ଷରୁ ଭାରତୀୟ ଗଣମାଧ୍ୟମ ତାଇୱାନ କୁ ଏକ ଦେଶ ଭାବେ ଉଲ୍ଲେଖ ନ କରିବାକୁ ସତର୍କ କରାଯାଇଛି। ଚୀନ ଦୂତାବାସ ପକ୍ଷରୁ ଭାରତୀୟ ସାମ୍ବାଦିକ ମାନଙ୍କୁ ଏକ ଧମକପୂର୍ଣ ବାର୍ତା ରେ କୁହାଯାଇଛି ଯେ ଏକ ଛତ୍ରବାଦୀ ନୀତି ଅପଣାଇ ଖବର ପରିବେଷଣ କରାଯାଉ। ହେଲେ ଭାରତୀୟ ଗଣମାଧ୍ୟମ ଏହାକ ସମ୍ପୂର୍ଣ ରୂପେ ନିନ୍ଦା ତଥା ଖାରଜ କରିଛି। ତାଇୱାନକୁ ବେଆଇନ ଭାବେ ନିଜର ବୋଲି ଦର୍ଶାଇଥିବା ଚୀନ ବର୍ତ୍ତମାନ ଭାରତୀୟ ଗଣମାଧ୍ୟମକୁ ନାଲିଆଖି ଦେଖାଇଛି। ଚୀନ ଦୂତାବାସରେ ଭାରତୀୟ ଗଣମାଧ୍ୟମ ଏହାର ଜୋରଦାର ପ୍ରତିବାଦ କରିବା ସହ ଚୀନ ବିବାଦ କୁ ବନ୍ଦ କରିବା ଲାଗି ଦର୍ଶାଇଛି। ଚୀନ ନିଜର ବିବାଦୀୟ ବୟାନବାଜି ବନ୍ଦ କରି ଭାରତୀୟ ଗଣମାଧ୍ୟମ କୁ ଧମକ ଦେବାରୁ ନିବୃତ ରହୁ। ଏକଛତ୍ରବାଦୀ ନୀତି ଭାରତରେ ଚୀନ ଦୂତାବାସ ଦେଖାଇପାରିବ ନାହିଁ। ଭାରତୀୟ ଗଣମାଧ୍ୟମ ପକ୍ଷରୁ ଚୀନ ଦୂତାବାସ ସମ୍ମୁଖରେ ପ୍ରତିବାଦ କରାଯିବା ଦ୍ୱାରା ଚୀନ ଦୂତାବାସ ଆଜି ପୋଲିସ ଏବଂ ସୁରକ୍ଷା କର୍ମୀଙ୍କ ଛାଉଣୀରେ ପରିଣତ ହୋଇଛି

Exit mobile version